ପଶ୍ଚିମବଙ୍ଗ ରାଜନୀତିରେ ମହା ବିସ୍ଫୋରଣ! ଦିଦିଙ୍କ ପାଇଁ ବଢିଲା ଅଡୁଆ। 45

ପଶ୍ଚିମବଙ୍ଗ ରାଜନୀତିର ସେହି ରଣକ୍ଷେତ୍ର, ଯେଉଁଠି ପ୍ରତିଟି ପଦକ୍ଷେପରେ ଥାଏ ସସପେନ୍ସ। କିନ୍ତୁ ଏବେ ଏହି ମହାନଗରୀର ଗଳିକନ୍ଦିରେ ଜଣେ ଓଡ଼ିଆ ପୁଅର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନାମଟି ହେଉଛି— ହିମାଂଶୁ ସାହୁ
ଗତ ସୋମବାର କଲିକତାର ଛାତି ଉପରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତପୂର୍ବ ଦୃଶ୍ୟ। ବିଜେପି ଶିବିରରେ ହଠାତ୍ ଭରିଯାଇଥିଲା ଏକ ନୂଆ ଜୋସ୍, ଏକ ନୂଆ ଉନ୍ମାଦନା। ଆଉ ଏହି ସବୁ ପଛରେ ଥିଲା ହିମାଂଶୁ ସାହୁଙ୍କ ସେହି ଶାଣିତ ମସ୍ତିଷ୍କ। କଲିକତା ଭଳି ହାଇ-ପ୍ରୋଫାଇଲ୍ ସିଟ୍‌ରେ ବିଜେପିର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ହିମାଂଶୁ ଯେଉଁ ଦାୟିତ୍ୱ ନେଇଛନ୍ତି, ତାହାର ପ୍ରତିଫଳନ ଏବେ ସ୍ପଷ୍ଟ ଦେଖିବାକୁ ମିଳୁଛି
ବିଶେଷ କରି ଚୌରଙ୍ଗୀ ନିର୍ବାଚନ ମଣ୍ଡଳୀ! ଏଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ଏକଜୁଟ କରିବା ଏବଂ ସାଧାରଣ ଜନତାଙ୍କୁ ବିଜେପି ସହ ଯୋଡ଼ିବାରେ ହିମାଂଶୁ ସାଜିଛନ୍ତି ମୁଖ୍ୟ ସୂତ୍ରଧର। ସନ୍ତୋଷ କୁମାର ପାଠକଙ୍କ ବିଜୟ ପାଇଁ ହିମାଂଶୁ ଯେଉଁ ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରିଛନ୍ତି, ସେଇଟି ଏବେ ବିରୋଧୀଙ୍କ ନିଦ ହଜାଇ ଦେଇଛି। ସୋମବାର ସମାବେଶରେ କର୍ମୀଙ୍କ ଅଦ୍ଭୁତପୂର୍ବ ଭିଡ଼ ପ୍ରମାଣ କରିଦେଇଛି ଯେ, ଏହି ଓଡ଼ିଆ ପୁଅଙ୍କ ରଣନୀତି ଏବେ ଠିକ୍ ଟାର୍ଗେଟରେ ବାଜୁଛି
କେବଳ ରାଜନୀତି ନୁହେଁ, ବରଂ କଲିକତାରେ ରହୁଥିବା ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ପାଇଁ ହିମାଂଶୁ ସାହୁ ଏବେ ଏକ ଆଶାର କିରଣ। ଓଡ଼ିଆ ଭାଇଭଉଣୀଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଦଳୀୟ ମୁଖ୍ୟଧାରାରେ ସାମିଲ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ
ହିମାଂଶୁଙ୍କ ଏହି ବଢୁଥିବା ନେତୃତ୍ୱ କେବଳ ଚୌରଙ୍ଗୀ ମଧ୍ୟରେ ସୀମିତ ନାହିଁ, ବରଂ ଆଖପାଖ ଅଞ୍ଚଳରେ ମଧ୍ୟ ବିଜେପି ପ୍ରତି ଜନସମର୍ଥନର ଲହରୀ ଖେଳାଇ ଦେଇଛି। ସୋମବାରର ସେହି ସଫଳ ସମାବେଶ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି— ଆଗାମୀ ଦିନରେ କଲିକତା ରାଜନୀତିର ମାନଚିତ୍ରରେ ହିମାଂଶୁ ସାହୁଙ୍କ ପ୍ରଭାବ ଆହୁରି ବ୍ୟାପକ ହେବ।
​ପଶ୍ଚିମବଙ୍ଗର ଏହି ରାଜନୈତିକ ଦଙ୍ଗଲରେ ଓଡ଼ିଆ ପୁଅର ଏହି ‘ମାଷ୍ଟରଷ୍ଟ୍ରୋକ୍’ ବିରୋଧୀଙ୍କୁ ଆଉ କେତେ ହରାଇବ, ତାହା ଦେଖିବାକୁ ବାକି ରହି

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy