ହଲଗାମ ଆତଙ୍କୀ ଆକ୍ରମଣକୁ ପୁରିଲା ବର୍ଷେ: ସେନାର ଏହି ରୂପ ଦେଖିଲେ ଶତ୍ରୁ ବି ଥରିବ! 89

ଜମ୍ମୁ-କାଶ୍ମୀର ପହଲଗାମରେ ଘଟିଥିବା ସେହି ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ଏକ ବର୍ଷ। ଗତବର୍ଷ ଆଜିର ଦିନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ। ବାଇସରନ୍ ଉପତ୍ୟକାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ପାକିସ୍ତାନ ପ୍ରୟୋଜିତ ଆତଙ୍କୀ ସଂଗଠନ। ଆଜି ସେହି କଳାଦିବସକୁ ମନେ ପକାଇ ସାରା ଦେଶ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ, ଭାରତୀୟ ସେନା ଶତ୍ରୁକୁ ଦେଇଛି କଡ଼ା ଚେତାବନୀ

୨୨ ଏପ୍ରିଲ ୨୦୨୫… ସ୍ଥାନ ଥିଲା ଜମ୍ମୁ-କାଶ୍ମୀରର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ପହଲଗାମ। କିନ୍ତୁ କିଏ ଜାଣିଥିଲା ପର୍ଯ୍ୟଟକଙ୍କ ହସକାନ୍ଦରେ ଫାଟି ପଡୁଥିବା ବାଇସରନ୍ ଘାଟି କିଛି ମୁହୂର୍ତ୍ତରେ ରକ୍ତର ରଞ୍ଜିତ ହୋଇଯିବ। ବନ୍ଧୁକଧାରୀ ଆତଙ୍କବାଦୀମାନେ ଅତି ନିକଟରୁ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇ ୨୬ ଜଣଙ୍କ ଜୀବନ ନେଇଥିଲେ। ଆଜି ସେହି ଘଟଣାକୁ ଏକ ବର୍ଷ ବିତିଛି

କିନ୍ତୁ ଭାରତ ଏହି ଅନ୍ୟାୟକୁ ସହିନଥିଲା। ପହଲଗାମ ଆକ୍ରମଣର ବଦଲା ନେବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’ (Operation Sindoor)। ସୀମା ପାର୍ କରି ଆତଙ୍କବାଦୀଙ୍କ ୯ଟି ଲଞ୍ଚପ୍ୟାଡକୁ ଧ୍ୱଂସ କରିବା ସହ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଆମ ଯବାନ। ପରେ ‘ଅପରେସନ୍ ମହାଦେବ’ ଜରିଆରେ ଏହି ଆକ୍ରମଣରେ ସାମିଲ ଥିବା ସମସ୍ତ ମୁଖ୍ୟ ଅପରାଧୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିଲା

ଆଜି ଏହି ବର୍ଷପୂର୍ତ୍ତି ଅବସରରେ ଭାରତୀୟ ସେନା ପକ୍ଷରୁ ଏକ ଶକ୍ତିଶାଳୀ ବାର୍ତ୍ତା ଜାରି କରାଯାଇଛି। ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି କେହି ମାନବିକତାର ସୀମା ଲଂଘନ କରେ, ତେବେ ତା’ର ଜବାବ ହେବ ଅତି ଭୟଙ୍କର। “ଭାରତ ଭୁଲେ ନାହିଁ, ଭାରତ କ୍ଷମା କରେ ନାହିଁ” – ଏହି ବାର୍ତ୍ତା ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି

ପହଲଗାମର ପର୍ଯ୍ୟଟନ ପୁଣି ଥରେ ଫେରୁଛି ସତ, କିନ୍ତୁ ସେହି ୨୬ ଜଣ ପରିବାରର କାନ୍ଦ ଆଜି ବି ଶୁଭୁଛି। ସେପଟେ NIA ପକ୍ଷରୁ ଜାରି ହୋଇଥିବା ଚାର୍ଜସିଟ୍ ପାକିସ୍ତାନର ମୁଖା ଖୋଲି ଦେଇଛି। ଭାରତ ଆଜି ବି ଶପଥ ନେଇଛି – ଆତଙ୍କବାଦର ସମ୍ପୂର୍ଣ୍ଣ ବିନାଶ ହିଁ ଶହୀଦଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy