ରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ଦେଓଲ ପରିବାର ହସ୍ପିଟାଲରୁ ଡିସଚାର୍ଜ କରି ଘରକୁ ଆଣିଛନ୍ତି। ବବି ଦେଓଲ ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାରେ ତାଙ୍କୁ ଘରକୁ ଆଣିଥିଲେ। ପରିବାର ଘରେ ତାଙ୍କର ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଡାକ୍ତର କହିଛନ୍ତି ଯେ ତାଙ୍କର ଏବେ ଘରେ ଚିକିତ୍ସା କରାଯିବ। ହସ୍ପିଟାଲ ମଧ୍ୟ ଏ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛି।
