ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଅଶାନ୍ତ ଦିଘା ସମୁଦ୍ର, ସୁରକ୍ଷା ପାଚେରି ଭାଙ୍ଗି ମାଡ଼ ହେଉଛି ବିଶାଳ ଢେଉ 24

ଦିଘା: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପଶ୍ଚିମବଙ୍ଗର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦିଘା ସମୁଦ୍ର ଅଶାନ୍ତ ହୋଇଉଠିଛି। ସମୁଦ୍ରରେ ବଡ଼ ବଡ଼ ଲହଡ଼ି ଦେଖିବାକୁ ମିଳୁଥିବାବେଳେ କୂଳରେ ଥିବା ସୁରକ୍ଷା ପାଚେରିରେ ଉତ୍ତାଳ ଢେଉଗୁଡ଼ିକ ଜୋର୍‌ରେ ମାଡ଼ ହେଉଛି। ସମୁଦ୍ରର ଏଭଳି ଉଗ୍ର ଓ ଭୟଙ୍କର ରୂପ ଦେଖି ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।

ସକାଳୁ ସକାଳୁ ଦିଘା ବେଳାଭୂମିରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଦିନରେ ନୁହେଁ, ରାତି ସମୟରେ ମଧ୍ୟ ସମୁଦ୍ରର ବିଶାଳ ଢେଉଗୁଡ଼ିକ କୂଳର ସୁରକ୍ଷା ପାଚେରିରେ ପିଟି ହେଉଥିବା ଦେଖାଯାଇଛି। ସାମୁଦ୍ରିକ ଝଡ଼ର ପ୍ରଭାବରେ ଏବେ ମଧ୍ୟ ଗର୍ଜନ ସହ ଉଚ୍ଚ ଲହଡ଼ି କୂଳ ଆଡ଼କୁ ମାଡ଼ି ଆସୁଛି। ଦିଘା ଏକ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ତେବେ ସ୍ଥିତି ଏପରି ରହିଲେ ସମୁଦ୍ରକୂଳରେ ବୁଲିବା ଅତ୍ୟନ୍ତ ବିପଦଜନକ ହୋଇପାରେ। ବିଶେଷ କରି ହଠାତ୍ ଉଚ୍ଚ ଢେଉ କୂଳକୁ ମାଡ଼ି ଆସିଲେ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

ଏଭଳି ପରିସ୍ଥିତିରେ ପର୍ଯ୍ୟଟକମାନେ ସମୁଦ୍ରକୂଳକୁ ଯିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରର ଉଗ୍ର ରୂପକୁ ଦେଖିବା ପାଇଁ କୌଣସି ବିପଦପୂର୍ଣ୍ଣ ସ୍ଥାନରେ ଭିଡ଼ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy