ସ୍ୱାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ସାଙ୍ଗକୁ ଶାରୀରିକ ସମ୍ପର୍କ ମଧ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ପରିବାରକୁ ଆଗକୁ ବଢ଼ାଇବାଠାରୁ ଆରମ୍ଭ କରି ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଏହାର ଭୂମିକା ଅତୁଳନୀୟ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଦିନର କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ?
ବିଭିନ୍ନ ଗବେଷଣା ଏବଂ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ଆପଣ ଦିନର ଆରମ୍ଭ ଅର୍ଥାତ୍ ସକାଳ ସମୟକୁ ଏଥିପାଇଁ ବାଛନ୍ତି, ତେବେ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ଏବଂ ମନକୁ ମିଳିଥାଏ ଅଦ୍ଭୁତ ଫାଇଦା। ଆସନ୍ତୁ ଜାଣିବା ସକାଳେ ସହବାସ କରିବା ଦ୍ୱାରା ଶରୀରକୁ କି କି ଚମତ୍କାର ଲାଭ ମିଳିଥାଏ:
- ଦିନସାରା ରହିବେ ଚିନ୍ତାମୁକ୍ତ ଓ ପ୍ରଫୁଲ୍ଲ: ସକାଳେ ସମ୍ବନ୍ଧ ରଖିବା ଦ୍ୱାରା ଶରୀରରୁ ‘ଅକ୍ସିଟୋସିନ୍’ (Oxytocin) ନାମକ ଏକ ସ୍ୱତନ୍ତ୍ର ‘ହ୍ୟାପି ହରମୋନ୍’ କ୍ଷରିତ ହୋଇଥାଏ। ଏହା ଆପଣଙ୍କ ମୂଡ଼କୁ ସବୁବେଳେ ଫ୍ରେସ୍ ଏବଂ ରୋମାଣ୍ଟିକ ରଖିବା ସହିତ ଦିନସାରା ସମସ୍ତ ମାନସିକ ଚାପ ଓ ଚିନ୍ତାଠାରୁ ଦୂରେଇ ରଖିବାରେ ବେଶ୍ ସାହାଯ୍ୟ କରିଥାଏ।
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି (Immunoglobulin A): ଏକ ଅଧୟନ ଅନୁସାରେ, ସକାଳ ସମୟରେ ସହବାସ ବେଳେ ଶରୀରରେ ‘ଇମ୍ୟୁନୋଗ୍ଲୋବିନ୍ ଏ’ (Immunoglobulin A) ନାମକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଏହା ଶରୀରର ଇମ୍ୟୁନିଟିକୁ ବହୁଗୁଣା ମଜଭୁତ କରିଥାଏ, ଯାହାଫଳରେ ବିଭିନ୍ନ ମୌସୁମୀ ସଂକ୍ରମଣ ଓ ରୋଗର ଆଶଙ୍କା ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ।
- ଓଜନ ନିୟନ୍ତ୍ରଣ ଓ କ୍ୟାଲୋରୀ ବର୍ନ: ଫିଟ୍ ଏବଂ ଆକର୍ଷକ ଶରୀର କାହାକୁ ବା ଭଲ ଲାଗେ ନାହିଁ? ବିଜ୍ଞାନ ଅନୁସାରେ, ଶାରୀରିକ ସମ୍ପର୍କ ସମୟରେ ଶରୀରର ଅନେକ ମାଂସପେଶୀ ସକ୍ରିୟ ହୋଇଥାଏ ଏବଂ କ୍ୟାଲୋରୀ ବର୍ନ ହୋଇଥାଏ। ଏହା ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବାରେ ପ୍ରକୃତ ସାହାଯ୍ୟ କରିଥାଏ।
- ବୀର୍ଯ୍ୟର ଗୁଣବତ୍ତା ବୃଦ୍ଧି: ଏକ କ୍ଲିନିକାଲ୍ ରିସର୍ଚ୍ଚ ମୁତାବକ, ସକାଳୁଆ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ପୁରୁଷଙ୍କ କ୍ଷେତ୍ରରେ ବୀର୍ଯ୍ୟର ଗୁଣବତ୍ତା (Sperm Quality) ପ୍ରାୟ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଏହା ପ୍ରଜନନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିବାରେ ବହୁତ ଲାଭଦାୟକ ସାବ୍ୟସ୍ତ ହୁଏ।
- ତ୍ୱଚାରେ ଆସେ ପ୍ରାକୃତିକ ଚମକ: ସକାଳେ ସେକ୍ସ କରିବା ଦ୍ୱାରା ଶରୀରରେ ‘ଇଷ୍ଟ୍ରୋଜେନ୍’ (Estrogen) ହରମୋନ୍ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହାର ସିଧାସଳକ ଏବଂ ଚମତ୍କାର ପ୍ରଭାବ ଆପଣଙ୍କ ତ୍ୱଚା ଓ କେଶ ଉପରେ ପଡ଼ିଥାଏ। ତ୍ୱଚା ଏବଂ କେଶକୁ ପ୍ରଚୁର ପରିମାଣରେ ଅମ୍ଳଜାନ (Oxygen) ମିଳିବା କାରଣରୁ ମୁହଁରେ ଏକ ସୁନ୍ଦର ଗ୍ଲୋ’ ଓ ପ୍ରାକୃତିକ ଚମକ ଦେଖିବାକୁ ମିଳେ।
ତେଣୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ନିବିଡ଼ କରିବା ଏବଂ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସକାଳର ସମୟଟି ହୋଇପାରେ ସବୁଠାରୁ ଉତ୍ତମ ଏବଂ ଖାସ୍!
