ଗଜପତିର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ; ଆକିଲି ଗାଁରେ ଲୋକଙ୍କ ସମସ୍ୟା ବୁଝିଲେ! 19

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀମାନେ ମଇଦାନକୁ ଓହ୍ଲାଇଛନ୍ତି। ଗଜପତି ଜିଲ୍ଲାର ବାତ୍ୟା ପ୍ରଭାବିତ ଆର. ଉଦୟଗିରି ଏବଂ ମୋହନା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଗସ୍ତ ସମୟରେ ମନ୍ତ୍ରୀ ମୋହନା ବ୍ଲକର ଆକିଲି ଗାଁରେ ସିଧାସଳଖ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସ୍ଥାନୀୟ ଜନସାଧାରଣ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଲୋକଙ୍କୁ ସମ୍ଭାବ୍ୟ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ତୁରନ୍ତ ରିଲିଫ୍ ବଣ୍ଟନ, ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। କ୍ଷତିଗ୍ରସ୍ତ ଲୋକଙ୍କୁ ଯଥାଶୀଘ୍ର ସବୁ ପ୍ରକାର ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ବୋଲି ସେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy