ମୁଖ୍ୟମନ୍ତ୍ରୀଙ୍କ ଆଗରେ କାନ୍ଦିଲେ ଯୁବତୀ! ସତ କହି ଭିଡିଓ ଭାଇରାଲ୍ କରିବା ପରେ କ’ଣ ହେଲା? 63

ଏ ସାହାସ ହେଉଛି ଆନିମଲ୍ ୱେଲଫେୟାର ଆକ୍ଟିଭିଷ୍ଟ ଜାଗୃତି ମିଶ୍ରାଙ୍କର। ‘Street_Worldz709’ ଟ୍ରଷ୍ଟ ଜରିଆରେ ଅସହାୟ, ରୁଗ୍ଣ ପଶୁଙ୍କ ସେବା କରୁଥିବା ଜାଗୃତିଙ୍କ ନିର୍ମାଣାଧୀନ ଆନିମଲ୍ ସେଲ୍ଟରକୁ ବିନା ନୋଟିସରେ ଭାଙ୍ଗି ଦିଆଯାଇଥିଲା। ଏନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା ଏବଂ ପ୍ରଶାସନ ଉପରେ ଚାପ ସୃଷ୍ଟି ହୋଇଥିଲା।

Jagriti Mishra Case: Big Action Taken! Junior Engineer Suspended

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାସ୍ଥଳରେ ପହଞ୍ଚି ଜାଗୃତିଙ୍କୁ ଭେଟିବା ସହ କୋଳେଇ ନେଇ ସାନ୍ତ୍ବନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ସସପେଣ୍ଡ କରିବା ସହ ସେଲ୍ଟର ପୁନଃନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଜାଗୃତିଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହେଲା, କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି— ଯେଉଁମାନଙ୍କର ସୋସିଆଲ ମିଡିଆରେ ଏପରି ପହଞ୍ଚ ନାହିଁ, ସେମାନଙ୍କ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ କିଏ ଏବଂ ସେମାନଙ୍କୁ ନ୍ୟାୟ ଦେବ କିଏ?

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy