ଗଜପତିରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ! 29

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କର ସୁରକ୍ଷା ଓ ସୁବିଧାକୁ ନେଇ ସରକାର ସର୍ବଦା ତତ୍ପର ରହିଛନ୍ତି। ସମ୍ପ୍ରତି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ଶବରପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଲୁବୁରୁସିଂ ସ୍ଥିତ ‘ମା’ ଗୃହ’ ପରିଦର୍ଶନ କରିଛନ୍ତି ରାଜ୍ୟର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ସୂରଜ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ବାତ୍ୟା ପ୍ରଭାବିତ ଭାଇ-ଭଉଣୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟିଛନ୍ତି। ସେମାନଙ୍କର ଦୁଃଖସୁଖ ପଚାରି ବୁଝିବା ସହ ସେମାନଙ୍କୁ ମିଳୁଥିବା ସୁବିଧା-ଅସୁବିଧାର ସମୀକ୍ଷା କରିଛନ୍ତି। ବିଶେଷ କରି ଆଶ୍ରୟସ୍ଥଳୀରେ ବିପନ୍ନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟର ଗୁଣବତ୍ତାକୁ ମନ୍ତ୍ରୀ ନିଜେ ଯାଞ୍ଚ କରିଛନ୍ତି, ଯାହାକି ପ୍ରଶଂସନୀୟ ପଦକ୍ଷେପ।

ଏହି ଜଟିଳ ସଙ୍କଟ ସମୟରେ ବାତ୍ୟା ମୁକାବିଲା ଏବଂ ଜରୁରୀକାଳୀନ ସେବାରେ ଦିନରାତି ନିୟୋଜିତ ଥିବା ମେଡିକାଲ୍ ଟିମ୍, ଆଶା କର୍ମୀ ଏବଂ ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କ ନିଷ୍ଠାପର ସେବା ଓ ପ୍ରୟାସକୁ ମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ସଙ୍କଟରେ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ହିଁ ଜନସାଧାରଣଙ୍କ ପାଇଁ ବଡ଼ ଆଶ୍ୱରୀ।

ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏଭଳି ଜନକୈନ୍ଦ୍ରିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ସକରାତ୍ମକ ପ୍ରଭାବ ପକାଇଛି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy