ଅନେକ ସମୟରେ ଆମେ ୮ ଘଣ୍ଟାର ଭଲ ନିଦ ପରେ ମଧ୍ୟ ସକାଳୁ ଉଠିବା ବେଳକୁ ଥକାପଣ ଅନୁଭବ କରୁ। ଆମକୁ ଲାଗେ ଯେ ଶରୀରରେ କିଛି ରୋଗ ଅଛି କିମ୍ବା ଆମେ ଦୁର୍ବଳ ହୋଇଯାଇଛୁ। କିନ୍ତୁ ପ୍ରକୃତ ସତ୍ୟ ହେଉଛି— ‘ନିଦ୍ରା’ ଏବଂ ‘ବିଶ୍ରାମ’ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି।ବିଶେଷଜ୍ଞଙ୍କ ମତରେ, ମଣିଷ ଶରୀରକୁ ସମ୍ପୂର୍ଣ୍ଣ ସତେଜ ରଖିବା ପାଇଁ କେବଳ ଶାରୀରିକ ନୁହେଁ, ବରଂ ୭ ପ୍ରକାରର ବିଶ୍ରାମ ଦରକାର। ଆମେ ଶୋଇବା ଦ୍ୱାରା କେବଳ ଶାରୀରିକ ବିଶ୍ରାମ ପାଇଥାଉ, କିନ୍ତୁ ବାକି ଥକାପଣ ଦୂର ହୁଏନାହିଁ।
୧. ମାନସିକ ଥକାପଣ: ଯଦି ଆପଣ ଦିନସାରା ମୁଣ୍ଡ ଖଟାଇ କାମ କରୁଛନ୍ତି, ତେବେ କେବଳ ଶୋଇଲେ ମନ ଶାନ୍ତ ହୁଏନି। ଏଥିପାଇଁ କାମ ମଝିରେ ଛୋଟ ବିରତି ନେବା ଜରୁରୀ। ୨. ଇନ୍ଦ୍ରିୟ ଥକାପଣ: ମୋବାଇଲ୍, ଲାପଟପ୍ ଏବଂ ଲାଇଟ୍ ମଧ୍ୟରେ ରହି ଆମ ଆଖି ଓ କାନ ଥକିଯାଏ। ଏହାକୁ ‘ସେନ୍ସୋରୀ ରେଷ୍ଟ’ ଦରକାର। ୩. ଭାବନାତ୍ମକ ଥକାପଣ: ଅନେକ ସମୟରେ ମନ ଭିତରେ ଚାପ ରହିଲେ ଶରୀର ଭାରୀ ଲାଗେ
।ସମାଧାନ: ଯଦି ଆପଣ ଶୋଇବା ପରେ ବି ଥକା ଲାଗୁଛନ୍ତି, ତେବେ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣନ୍ତୁ। ଶୋଇବା ପୂର୍ବରୁ ଗ୍ୟାଜେଟ୍ ଠାରୁ ଦୂରେଇ ରୁହନ୍ତୁ, ଦିନକୁ ଅତିକମରେ ୧୫ ମିନିଟ୍ ଧ୍ୟାନ କରନ୍ତୁ ଏବଂ ପ୍ରକୃତି ସହ ସମୟ ବିତାନ୍ତୁ। ମନେରଖନ୍ତୁ, ଏକ ସୁସ୍ଥ ଶରୀର ପାଇଁ କେବଳ ନିଦ ନୁହେଁ, ମାନସିକ ଶାନ୍ତି ମଧ୍ୟ ଅପରିହାର୍ଯ୍ୟ।
