ଧର୍ମଶାଳାରେ ବଡ଼ ଧମାକା! ବିଜେପିରେ ଯୋଗଦେବେ କି ବିଜେଡିର ଏହି ପ୍ରଭାବଶାଳୀ ଯୁବ ନେତା? 234

ଧର୍ମଶାଳା ରାଜନୀତିରେ ପୁଣି ଏକ ବଡ଼ ଭୂକମ୍ପର ଆଶଙ୍କା! ବଦଳିବାକୁ ଯାଉଛି କି ଜିଲ୍ଲା ରାଜନୀତିର ପୂରା ନକ୍ସା?
ହଁ… ଗତ କିଛି ଦିନ ହେବ ଧର୍ମଶାଳାର ରାଜନୈତିକ ଗଳିକନ୍ଦିରେ କେବଳ ଗୋଟିଏ ହେଲେ ଚର୍ଚ୍ଚା! ଅତି ଶୀଘ୍ର ବିଜେଡିର ଜଣେ ଆଗଧାଡ଼ିର ତଥା ପ୍ରଭାବଶାଳୀ ଯୁବ ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବାକୁ ଯାଉଛନ୍ତି! ଏହି ଖବର ସାମ୍ନାକୁ ଆସିବା ପରେ ଏବେ ବିଜେଡି ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି।
କୁହାଯାଉଛି, ଗତ କିଛି ମାସ ହେବ ଦଳ ଭିତରେ ଚାଲିଥିବା ଅନ୍ତର୍କନ୍ଦଳ ଏବଂ ନେତୃତ୍ୱ ପ୍ରତି ଅସନ୍ତୋଷ ହିଁ ଏହି ବଡ଼ ନିଷ୍ପତ୍ତି ପଛର ମୁଖ୍ୟ କାରଣ! ଏହି ଯୁବ ନେତାଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି କର୍ମୀଙ୍କ ବଡ଼ ସମର୍ଥନ ରହିଛି। ଯଦି ସତରେ ଏହି ଯୁବ ଚେହେରା ପଦ୍ମ ଶିବିରରେ ସାମିଲ ହୁଅନ୍ତି, ତେବେ ଧର୍ମଶାଳାରେ ବିଜେଡି ପାଇଁ ଏହା ଏକ ବଡ଼ ଝଟକା ହେବ, ଏଥିରେ କୌଣସି ସନ୍ଦେହ ନାହିଁ!
ହେଲେ, କିଏ ସେହି ଯୁବ ନେତା?
କାହା ନାଁକୁ ନେଇ ଏବେ ଗରମ ହେଉଛି ଧର୍ମଶାଳାର ଚା’ ଖଟୀରୁ ଆରମ୍ଭ କରି ନେତାଙ୍କ ବୈଠକ? ଖୁବ୍‌ଶୀଘ୍ର ଖୋଲିବ ଏହି ସସପେନ୍ସର ପରଦା! ନଜର ରଖନ୍ତୁ ଆମର ଏହି ପେଜ ଉପରେ, ଆମେ ଆପଣଙ୍କୁ ଦେବୁ ସବୁଠୁ ବଡ଼ ଏବଂ ସଠିକ୍ ଅପଡେଟ୍!

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy