“ସୁରଭିରେ ଗଞ୍ଜାମର ଗୌରବ — ଚମକିଲେ ସ୍ନେହାରାଣୀ!” 146

ହିଞ୍ଜିଳି;୧୪/୧୧: ଭୂବନେଶ୍ୱର କ୍ଯାପିଟାଲ୍ ଉଚ୍ଚ ବିଦ୍ୟାଳୟ ୟୁନିଟ୍- ୩ ପରିସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ହିଞ୍ଜିଳିକାଟୁ ବ୍ଲକ ଅଧିନସ୍ଥ ପୋଚିଲିମା ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ସ୍ନେହାରାଣୀ ଗୌଡ। ସ୍ନେହାରାଣୀ କୁଇଜ୍ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ମୁକ୍ତ ପ୍ରତିଯୋଗିତା ଯଥା ସ୍ପେଲିଂ ବି ରେ ପ୍ରଥମ,କବିତା ଲିଖନ ରେ ଦ୍ୱିତୀୟ ଓ ପ୍ରବନ୍ଧ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସ୍ନେହାରାଣୀ ଙ୍କ ଏହି ସଫଳତା ସମଗ୍ର ଗଞ୍ଜାମ ଜିଲ୍ଲାରେ ଖୁସିର ଲହରୀ ଖେଳାଇଦେଇଥିବା ବେଳେ ତାଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ ପରିଡ଼ା,ବସନ୍ତ ପଣ୍ଡା, ଏସ୍. ଧନଞ୍ଜୟ,ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଡଃ.ସରୋଜ ମୋହନ ପାଳ,ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି I ସ୍ନେହାରାଣୀ ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ପରିବାର ବର୍ଗ ଓ ମାର୍ଗଦର୍ଶକ ଚିନ୍ମୟ ପୋଲାଇ ଙ୍କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy