ଅଧିକାଂଶ ଲୋକ ରାତିରେ ଭଲ ନିଦ ଏବଂ ଆରାମ ପାଇଁ ତକିଆ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ? ବିଶେଷଜ୍ଞଙ୍କ ଅନୁସାରେ, ଶୋଇବା ସମୟରେ ଭୁଲ୍ ତକିଆର ବ୍ୟବହାର କିମ୍ବା ବହୁ ଦିନ ଧରି ଗୋଟିଏ ତକିଆ ବ୍ୟବହାର କରିବା ଦ୍ୱାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
୧. ବେକ ଓ ମେରୁଦଣ୍ଡ ଜନିତ ସମସ୍ୟା: ଅଧିକ ମୋଟା କିମ୍ବା ଟାଣ ତକିଆ ବ୍ୟବହାର କରିବା ଦ୍ୱାରା ଶୋଇବା ସମୟରେ ବେକ ଏବଂ ମେରୁଦଣ୍ଡର ପ୍ରାକୃତିକ ସନ୍ତୁଳନ ବିଗିଡ଼ିଯାଏ। ଏହାଫଳରେ ବେକ ବିନ୍ଧା, ପିଠି ଦରଜ ଏବଂ ସର୍ଭାଇକାଲ୍ ପେନ୍ ଭଳି ଗମ୍ଭୀର ସମସ୍ୟା ଦେଖାଦିଏ।
୨. ପୁରୁଣା ତକିଆରୁ ସଂକ୍ରମଣ: କିଛି ଲୋକ ବର୍ଷ ବର୍ଷ ଧରି ସମାନ ତକିଆ ବ୍ୟବହାର କରନ୍ତି। ଦୀର୍ଘ ଦିନର ପୁରୁଣା ତକିଆରେ ମୃତ ଚର୍ମ, ଝାଳ ଏବଂ ଧୂଳିମଳି ଜମି ରହି ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହା ଦ୍ୱାରା ମୁହଁରେ ବ୍ରଣ, କାସ, କଫ ଏବଂ ଆଲର୍ଜି ଜନିତ ସମସ୍ୟା ବଢ଼ିଥାଏ।
କଣ କରିବେ?
- ଯଦି ଆପଣ କଡ଼େଇ ହୋଇ ଶୁଅନ୍ତି, ତେବେ ପତଳା ଓ ନରମ ତକିଆ ବ୍ୟବହାର କରନ୍ତୁ।
- ପେଟ ମାଡ଼ି ଶୋଉଥିବା ଲୋକେ ତକିଆ ବ୍ୟବହାର ନକରିବା ହିଁ ଭଲ।
- ସ୍ୱାସ୍ଥ୍ୟ ସୂତ୍ର ଅନୁସାରେ, ପ୍ରତି ୧ ରୁ ୨ ବର୍ଷରେ ନିଜ ତକିଆକୁ ନିଶ୍ଚିତ ଭାବେ ବଦଳାଇ ଦିଅନ୍ତୁ।
