ମହୁ କେବଳ ସ୍ବାଦ ପାଇଁ ନୁହଁ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ମହୁ । ଆୟୁର୍ବେଦ ଅନୁସାରେ ମହୁକୁ ସ୍ବାସ୍ଥ୍ୟର ଭଣ୍ଡାର ବୋଲି ବିବେଚନା କରାଯାଏ । ଯାହାକୁ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏଥିରେ ଅନେକ ଗୁଣ ରହିଛି ଯାହା ଅନେକ ଗମ୍ଭୀର ସମସ୍ୟାକୁ ଦୂର କରିଥାଏ । ଶୀତ ଦିନ ପାଇଁ ମହୁ ସେବନ ଖୁବ୍ ଲାଭକାରୀ ବୋଲି ପ୍ରମାଣିତ ହୋଇ ଆସୁଅଛି । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କେବଳ ସୁସ୍ଥ ରଖି ନଥାଏ ବରଂ ଏହା ସୁନ୍ଦରତା ବଜାୟ ରଖିବା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତେଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ମହୁ ଖାଇବାର ଅଭ୍ୟାସ କରନ୍ତୁ । ତେବେ ଶୀତ ଋତୁରେ ମହୁ ସେବନର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।
ମହୁରେ ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାର ରହିଥାଏ । ଯାହା ଶରୀରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହା ତ୍ବଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ ।
ଯଦି କାଶ ଲଗାତାର ହେଉଛି ତେବେ ଏଥିପାଇଁ ମହୁ ବେଷ୍ଟ ହୋଇଥାଏ । ମହୁରେ ଥିବା ଆଣ୍ଟି ଇମଫ୍ଲୋମେଣ୍ଟାରୀ ଗୁଣ କାଶକୁ ରୋକିବାରେ ସହାୟକ କରିଥାଏ । ହଳଦୀ ଏବଂ ଅଦା ରସ ସହିତ ଗୋଟିଏ ଚାମଚ ମହୁ ମିଶାଇ ଦିନକୁ ୩ ଥର ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣକୁ ଦୂର କରେ । ଆପଣ ଚା’ରେ ଚିନି ବଦଳରେ ମହୁର ମଧ୍ୟ ବ୍ୟବହାର କରିପାରିବେ।
