ସୁସ୍ଥ ରହିବା ପାଇଁ ଦିନକୁ ଅତିକମରେ ୩ରୁ ୪ ଲିଟର ପାଣି ପିଇବା ଜରୁରୀ। କିନ୍ତୁ ଆପଣ କେଉଁ ପାତ୍ରରେ ପାଣି ପିଉଛନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଥାଏ। ଆଜିକାଲି ପ୍ଲାଷ୍ଟିକ ବୋତଲର ବ୍ୟବହାର ବଢ଼ୁଥିବା ବେଳେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ଲୋକମାନେ କାଚ ଏବଂ ତମ୍ବା ବୋତଲକୁ ଆପଣାଉଛନ୍ତି। ତେବେ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ?
ତମ୍ବା ପାତ୍ରର ଉପକାରିତା: ଆୟୁର୍ବେଦ ଅନୁସାରେ, ତମ୍ବା ପାତ୍ରରେ ରାତିସାରା ପାଣି ରଖି ସକାଳୁ ପିଇବା ଦ୍ୱାରା ଶରୀରର ‘ତ୍ରିଦୋଷ’ (ବାତ, ପିତ୍ତ ଓ କଫ) ସନ୍ତୁଳିତ ରହେ। ଏହା ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ତମ୍ବାରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ପାଣିକୁ ପ୍ରାକୃତିକ ଭାବେ ଶୁଦ୍ଧ କରିଥାଏ। ତେବେ ମନେ ରଖନ୍ତୁ, ତମ୍ବା ବୋତଲରେ କେବଳ ସାଧାରଣ ପାଣି ରଖନ୍ତୁ; ଜୁସ୍ କିମ୍ବା ଲେମ୍ବୁ ପାଣି ରଖିଲେ ତାହା ଶରୀର ପାଇଁ ବିଷାକ୍ତ ହୋଇପାରେ।
କାଚ ପାତ୍ରର ବିଶେଷତ୍ୱ: ଅନ୍ୟପଟେ, କାଚ ହେଉଛି ସବୁଠାରୁ ନିରାପଦ ପଦାର୍ଥ। ଏଥିରେ କୌଣସି ରାସାୟନିକ ପ୍ରତିକ୍ରିୟା ହୁଏ ନାହିଁ। ଫଳରେ ପାଣିର ସ୍ୱାଦ ଏବଂ ଗୁଣବତ୍ତା ଅକ୍ଷୁଣ୍ଣ ରହେ। ପ୍ଲାଷ୍ଟିକ ବୋତଲରେ ଥିବା ବିପଜ୍ଜନକ ‘BPA’ କାଚରେ ନଥାଏ। ଦିନସାରା ବ୍ୟବହାର କରିବା ପାଇଁ କାଚ ବୋତଲ ସବୁଠାରୁ ଭଲ ବିକଳ୍ପ।
ନିର୍ଷ୍କଷ: ଯଦି ଆପଣ ଔଷଧୀୟ ଗୁଣ ଚାହୁଁଛନ୍ତି, ତେବେ ସକାଳେ ତମ୍ବା ପାତ୍ରର ପାଣି ପିଅନ୍ତୁ। କିନ୍ତୁ ଦିନସାରା ସାଧାରଣ ବ୍ୟବହାର ପାଇଁ କାଚ ବୋତଲ ହିଁ ଶ୍ରେଷ୍ଠ। ସୁସ୍ଥ ରହିବା ପାଇଁ ପ୍ଲାଷ୍ଟିକ ବୋତଲ ବର୍ଜନ କରି ଏହି ଦୁଇଟି ମଧ୍ୟରୁ ଗୋଟିଏକୁ ନିଜ ଜୀବନଶୈଳୀରେ ସାମିଲ କରନ୍ତୁ।
