ବଦଳୁଥିବା ପାଗ ସାଙ୍ଗକୁ ରାଜ୍ୟରେ ଏବେ ଜ୍ୱର ଓ ସଂକ୍ରମଣର ପ୍ରକୋପ ବଢ଼ିବାରେ ଲାଗିଛି। ଅନେକ ସମୟରେ ଆମେ ଜ୍ୱର ହେଲେ ଏହାକୁ ଏକ ସାଧାରଣ ଋତୁଗତ ଜ୍ୱର ବା ଭାଇରାଲ୍ ଫିଭର ଭାବି ଅଣଦେଖା କରିଦେଇଥାଉ। କିମ୍ବା ନିଜ ମନଇଚ୍ଛା ମେଡିସିନ ଦୋକାନରୁ ପାରାସିଟାମଲ୍ କିଣି ଖାଇଦେଇଥାଉ। କିନ୍ତୁ ସାବଧାନ! ସବୁ ଜ୍ୱର ସାଧାରଣ ହୋଇନଥାଏ। ଆପଣଙ୍କର ଏହି ଗୋଟିଏ ଭୁଲ୍ ଆପଣଙ୍କୁ ବଡ଼ ବିପଦରେ ପକାଇପାରେ।
ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଜ୍ୱର ସହିତ ଆପଣଙ୍କ ଶରୀରରେ କିଛି ଖାସ୍ ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ସତର୍କ ହେବା ଜରୁରୀ।
- ଜ୍ୱର ସହିତ ପ୍ରବଳ ମୁଣ୍ଡବିନ୍ଧା ଓ ଆଖି ପଛପଟେ ଯନ୍ତ୍ରଣା ହେବା।
- ଗଣ୍ଠି ଏବଂ ମାଂସପେଶୀରେ ଅସହ୍ୟ କଷ୍ଟ ଅନୁଭବ ହେବା।
- ଶରୀରରେ ନାଲି ନାଲି ଦାଗ ବା ର୍ୟାସେସ୍ ବାହାରିବା।
- କ୍ରମାଗତ ଭାବେ ବାନ୍ତି ହେବା କିମ୍ବା ପେଟରେ ପ୍ରବଳ ଯନ୍ତ୍ରଣା ହେବା।
- ଜ୍ୱର ସହ ପ୍ରବଳ କମ୍ପ ଦେଇ ଶୀତ ଲାଗିବା ଏବଂ ଶ୍ବାସକ୍ରିୟାରେ କଷ୍ଟ ହେବା।
ଯଦି ଜ୍ୱର ୩ ଦିନରୁ ଅଧିକ ସମୟ ରହୁଛି ଏବଂ ଏହିଭଳି ଲକ୍ଷଣ ଦେଖାଯାଉଛି, ତେବେ ଏହା ଡେଙ୍ଗୁ, ଚିକନଗୁନିଆ, ମାଲେରିଆ କିମ୍ବା ଟାଇଫଏଡ୍ର ସଙ୍କେତ ହୋଇପାରେ
ଏଭଳି ସ୍ଥିତିରେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଏବଂ ବ୍ଲଡ୍ ଟେଷ୍ଟ କରାନ୍ତୁ। ମନେରଖନ୍ତୁ, ସଠିକ୍ ସମୟରେ ଚିକିତ୍ସା ଓ ସତର୍କତା ହିଁ ଆପଣଙ୍କୁ ବଡ଼ ଦୁର୍ଦ୍ଦଶାରୁ ରକ୍ଷା କରିପାରିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏମିତି ଅପଡେଟ୍ ପାଇଁ ଆମ ପୋର୍ଟାଲ୍ ସହ ଯୋଡ଼ି ହୋଇ ରୁହନ୍ତୁ।
