ନାରୀ ସ୍ବାର୍ଥ ପାଇଁ ସ୍ବତନ୍ତ୍ର ଅଧିବେଶନ କିଏ ସପକ୍ଷରେ, କିଏ ବିପକ୍ଷରେ? 73

ଆଜି ବିଧାନସଭାରେ ଉଠିବ ମହାଝଡ଼! ରଣକ୍ଷେତ୍ର ପାଲଟିବ ଗୃହ। କାରଣ ଆଜି ହେବାକୁ ଯାଉଛି ସେହି ମହାବିତର୍କ… ଯାହା ଉପରେ ରହିଛି ପୂରା ରାଜ୍ୟର ନଜର। ଶାସକ ଦଳର ଟାର୍ଗେଟରେ ବିରୋଧୀ… ଆଉ ମୋହରା ସାଜିବେ କି ମହିଳା?
ସଂସଦରେ ମହିଳା ସଂରକ୍ଷଣ ଓ ନାରୀ ଶକ୍ତି ବନ୍ଦନା ଅଧିନିୟମ କାଟ୍ ଖାଇବା ପରେ ଏବେ ରାଜ୍ୟ ରାଜନୀତି ସମ୍ପୂର୍ଣ୍ଣ ସରଗରମ। ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ବସୁଛି ଏକ ସ୍ୱତନ୍ତ୍ର ଅଧିବେଶନ। ଆଲୋଚନାର ବିଷୟ- ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ। କିନ୍ତୁ କଣ ଏହା କେବଳ ଏକ ଆଲୋଚନା? ନା… ଏହା ହେଉଛି ବିରୋଧୀଙ୍କୁ ଘେରିବା ପାଇଁ ଶାସକ ବିଜେପିର ଏକ ମାଷ୍ଟରଷ୍ଟ୍ରୋକ୍।

ନିନ୍ଦା ପ୍ରସ୍ତାବ ଆଣି ବିରୋଧୀଙ୍କୁ ‘ମହିଳା ବିରୋଧୀ’ ପ୍ରମାଣିତ କରିବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିସାରିଛି। ଆକ୍ରମଣର ମଙ୍ଗ ଧରି ଆଇନମନ୍ତ୍ରୀ ପୃଥ୍ବୀରାଜ ସିଧାସଳଖ ନିଶାନା କରିଛନ୍ତି। ତାଙ୍କର ସେହି ଗୋଟିଏ ବାକ୍ୟ ଏବେ ନିଆଁ ଲଗାଇଛି- “ଓଧ ସାଙ୍ଗରେ ବଣ ଭୁଆ ବାଇ…” ଅର୍ଥାତ୍ ବିଜେଡି ଏବେ କଂଗ୍ରେସ ସହ ମିଶି ମହିଳା ସଂରକ୍ଷଣକୁ ବିରୋଧ କରୁଛି।
ଏବେ ସବୁଠୁ ବଡ଼ ପ୍ରଶ୍ନ- ରାଜନୀତିର ଏହି ଛକାପଞ୍ଝାରେ ମହିଳାଙ୍କ ସ୍ୱାର୍ଥ କେବଳ ଏକ ରାଜନୈତିକ ଅସ୍ତ୍ର କି? ଆଜି ଗୃହରେ ବିରୋଧୀ କେମିତି କରିବେ ପଲଟୱାର? ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy