ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ 140

ଭାରତୀୟ ଜନତା ପାର୍ଟି କୁମାରୀ କାର୍ଯ୍ୟାଳୟଠାରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ସାଧାରଣ ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା, ଅଭାବ ଓ ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି।

ଅଞ୍ଚଳବାସୀଙ୍କ ପ୍ରତ୍ୟେକ ସମସ୍ୟାର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ବିଧାୟକ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକୀୟ ସୁପାରିଶ କରିବା ସହ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଆଉ କହିଛନ୍ତି ଯେ “ଜନସେବା ହିଁ ମୋର ପ୍ରାଥମିକ କର୍ତ୍ତବ୍ୟ। ଲୋକଙ୍କ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି ଅଞ୍ଚଳର ସର୍ବାଙ୍ଗୀଣ ବିକାଶ, ଜନକଲ୍ୟାଣ ଏବଂ ପ୍ରତ୍ୟେକ ପରିବାରର ସୁଖ-ସମୃଦ୍ଧି ପାଇଁ ସଦାସର୍ବଦା ନିଷ୍ଠାର ସହ କାର୍ଯ୍ୟ କରିବା ହିଁ ମୋର ସର୍ବୋଚ୍ଚ ପ୍ରାଥମିକତା।”

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ଜଣାଇଥିଲେ ଏବଂ ବିଧାୟକଙ୍କ ଏହି ତୁରନ୍ତ ପଦକ୍ଷେପକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy