ସକାଳେ ନା ରାତିରେ? ତରଭୁଜ ଖାଇବାର ସଠିକ୍ ସମୟ ଜାଣନ୍ତୁ! 🍉 75

ଗ୍ରୀଷ୍ମ ଋତୁ ଆସିଲେ ବଜାରରେ ସବୁଠୁ ଅଧିକ ଚାହିଦା ଥାଏ ତରଭୁଜର। ଶରୀରକୁ ଥଣ୍ଡା ରଖିବା ସହ ଜଳୀୟ ଅଂଶ ପୂରଣ କରିବାରେ ଏହା ଅଦ୍ୱିତୀୟ। କିନ୍ତୁ ଆପଣ ଜାଣନ୍ତି କି, ଭୁଲ ସମୟରେ ତରଭୁଜ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ? ଚାଲନ୍ତୁ ଜାଣିବା ଏହାର ସଠିକ୍ ସମୟ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ତରଭୁଜ ଖାଇବାର ସବୁଠାରୁ ଉପଯୁକ୍ତ ସମୟ ହେଉଛି ସକାଳ ବା ଦ୍ୱିପ୍ରହର ସମୟ। ସକାଳେ ଖାଲି ପେଟରେ କିମ୍ବା ଜଳଖିଆ ସହ ତରଭୁଜ ଖାଇବା ଦ୍ୱାରା ଶରୀରକୁ ତତ୍କାଳ ଶକ୍ତି ମିଳିଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ସହଜରେ ହଜମ ହୋଇଥାଏ। ବିଶେଷ କରି ଦ୍ୱିପ୍ରହର ଖରା ସମୟରେ ଏହା ଶରୀରକୁ ଲୁ’ରୁ ରକ୍ଷା କରିଥାଏ।

ରାତିରେ କାହିଁକି ଖାଇବେ ନାହିଁ? ଅନେକ ଲୋକ ରାତିରେ ଡିନର ପରେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ତରଭୁଜରେ ପ୍ରାୟ ୯୨% ପାଣି ଥାଏ। ରାତିରେ ଏହାକୁ ଖାଇଲେ ବାରମ୍ବାର ପରିସ୍ରା ଲାଗିବା ଫଳରେ ଆପଣଙ୍କ ନିଦ ଖରାପ ହୋଇଥାଏ। ଏହା ସହିତ ଏଥିରେ ଥିବା ପ୍ରାକୃତିକ ଚିନି ବା ସୁଗାର ରାତିରେ ହଜମ ହେବା କଷ୍ଟକର ହୁଏ, ଯାହାଫଳରେ ପେଟ ଫାମ୍ପିବା କିମ୍ବା ଆସିଡିଟି ଭଳି ସମସ୍ୟା ଦେଖାଦେଇପାରେ।

ସତର୍କତା: ମନେରଖନ୍ତୁ, ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ହଇଜା କିମ୍ବା ପେଟ କାଟିବା ଭଳି ରୋଗର କାରଣ ସାଜିଥାଏ।

ତେଣୁ ସୁସ୍ଥ ରହିବା ପାଇଁ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ହିଁ ତରଭୁଜ ଖାଇବା ଶେଷ କରନ୍ତୁ।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy