ଖରାଦିନେ ପଚିଯାଉଛି କି ଆଳୁ? ଆପଣାନ୍ତୁ ଏହି ସହଜ ଉପାୟ, ମାସ ମାସ ଧରି ରହିବ ସତେଜ 75

ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗୁଳୁଗୁଳି କାରଣରୁ କେବଳ ମଣିଷ ନୁହେଁ, ବରଂ ରୋଷେଇ ଘରେ ଥିବା ପରିବା ମଧ୍ୟ ଶୀଘ୍ର ଖରାପ ହେବାରେ ଲାଗିଛି। ବିଶେଷ କରି ଆମ ଖାଦ୍ୟ ତାଲିକାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ‘ଆଳୁ’ ଏହି ଦିନରେ ଶୀଘ୍ର ପଚିଯାଏ କିମ୍ବା ସେଥିରେ ଗଜା ବାହାରିଥାଏ। ଫଳରେ ଏହା ଖାଇବା ଅନୁପଯୁକ୍ତ ହୋଇପଡେ। ତେବେ ଖରାଦିନେ ଆଳୁକୁ କିପରି ସୁରକ୍ଷିତ ରଖିବେ, ଆସନ୍ତୁ ଜାଣିବା କିଛି ସହଜ ଟିପ୍ସ।

୧. ଥଣ୍ଡା ଓ ଅନ୍ଧାରୁଆ ସ୍ଥାନ: ଆଳୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠି ସୂର୍ଯ୍ୟ କିରଣ ସିଧାସଳଖ ପଡୁନଥିବ। ଅଧିକ ଆଲୋକ ପାଇଲେ ଆଳୁ କଞ୍ଚା ପଡିଯାଏ ଏବଂ ଶୀଘ୍ର ଗଜା ହୋଇଥାଏ। ତେଣୁ ଘରର ଏକ କୋଣ କିମ୍ବା ଅନ୍ଧାରୁଆ ଥଣ୍ଡା ଜାଗାରେ ଏହାକୁ ରଖନ୍ତୁ।

୨. ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରନ୍ତୁ ନାହିଁ: ଅନେକ ସମୟରେ ଆମେ ପରିବା ଦୋକାନରୁ ଆଣିଥିବା ପ୍ଲାଷ୍ଟିକ୍ ମୁଣିରେ ହିଁ ଆଳୁ ରଖିଦେଉ। ଏହା ଦ୍ୱାରା ବାୟୁ ଚଳାଚଳ ହୋଇପାରେ ନାହିଁ ଏବଂ ଗୁଳୁଗୁଳି ଯୋଗୁଁ ଆଳୁ ଶୀଘ୍ର ପଚିଯାଏ। ଏହା ବଦଳରେ ସୂତା କିମ୍ବା ଝୋଟ ବ୍ୟାଗ୍ ବ୍ୟବହାର କରନ୍ତୁ।

୩. ଫ୍ରିଜ୍‌ରେ ରଖନ୍ତୁ ନାହିଁ: ଆଳୁକୁ କେବେବି ଫ୍ରିଜ୍ ଭିତରେ ରଖିବା ଉଚିତ୍ ନୁହେଁ। ଅଧିକ ଥଣ୍ଡା ଯୋଗୁଁ ଏହାର ଷ୍ଟାର୍ଚ ଚିନିରେ ପରିଣତ ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଓ ସ୍ୱାଦ ମଧ୍ୟ ବଦଳିଯାଏ।

୪. ପିଆଜଠାରୁ ଦୂରେଇ ରଖନ୍ତୁ: ଆଳୁ ଏବଂ ପିଆଜକୁ ଏକାଠି ରଖିବା ଦ୍ୱାରା ସେଥିରୁ ବାହାରୁଥିବା ଗ୍ୟାସ୍ ପରସ୍ପରକୁ ଶୀଘ୍ର ଖରାପ କରିଦିଏ। ତେଣୁ ଏହାକୁ ଅଲଗା ଅଲଗା ଟୋକେଇରେ ରଖନ୍ତୁ।

ଖରାଦିନେ ଏହି ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଆପଣଙ୍କ ରୋଷେଇ ଘରର ଆଳୁ ବହୁ ଦିନ ପର୍ଯ୍ୟନ୍ତ ଭଲ ରହିବ।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy