ଏସିଡିଟି ସହ ପେଟର ସବୁ ସମସ୍ୟାରୁ ମୁକ୍ତି! କେବଳ ଏମିତି ଖାଆନ୍ତୁ ଜୁଆଣି 83

ଆଜିକାଲିର ବଦଳୁଥିବା ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ, ଏବଂ ଅତ୍ୟଧିକ ତେଲ-ମସଲା ଯୁକ୍ତ ଖାଦ୍ୟ ଯୋଗୁଁ ଗ୍ୟାସ୍ ଓ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଛୋଟରୁ ବଡ଼, ସମସ୍ତେ ଏହି ସମସ୍ୟାରେ ପୀଡ଼ିତ। କିନ୍ତୁ ଆପଣ ଜାଣନ୍ତି କି? ଆପଣଙ୍କ ରୋଷେଇ ଘରେ ଥିବା ଏକ ଛୋଟ ଜିନିଷ ଆପଣଙ୍କୁ ଏହି ସବୁ ସମସ୍ୟାରୁ ସହଜରେ ମୁକ୍ତି ଦେଇପାରିବ। ତାହା ହେଉଛି ‘ଜୁଆଣି’।

ଜୁଆଣି କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ପେଟ ଯନ୍ତ୍ରଣା, ବଦହଜମି, ଏବଂ ଗ୍ୟାସ ସମସ୍ୟାକୁ ତୁରନ୍ତ ଦୂର କରିଥାଏ।

କେମିତି କରିବେ ବ୍ୟବହାର?

  • ପ୍ରଥମ ଉପାୟ: ଗ୍ୟାସ୍ କିମ୍ବା ଏସିଡିଟି ହେଉଥିଲେ, ଅଳ୍ପ ଜୁଆଣି ସହ ସାମାନ୍ୟ କଳା ଲୁଣ ମିଶାଇ ଗୁଣ୍ଡ କରନ୍ତୁ ଏବଂ ନିଘୋଷ ଗରମ ପାଣି ସହ ସେବନ କରନ୍ତୁ।
  • ଦ୍ୱିତୀୟ ଉପାୟ: ରାତିରେ ଗୋଟିଏ ଚାମଚ ଜୁଆଣିକୁ ଗୋଟିଏ ଗ୍ଲାସ୍ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଏହି ପାଣିକୁ ଛାଣି ଖାଲି ପେଟରେ ପିଇଲେ ପାଚନ କ୍ରିୟା ମଜବୁତ ହୁଏ ଏବଂ ଓଜନ କମାଇବାରେ ମଧ୍ୟ ସାହାଯ୍ୟ ମିଳେ।

ତେବେ ଆଉ ଆଲୋପାଥି ପ୍ରେସର ବଟିକା ନୁହେଁ, ଆଜିଠାରୁ ହିଁ ନିଜ ଦୈନନ୍ଦିନ ଖାଦ୍ୟପେୟରେ ଜୁଆଣିକୁ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy