ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ପାଇଁ ଆମ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଏବେ ଘରେ ଘରେ ଡାଇବେଟିସ୍, ବ୍ଲଡ ପ୍ରେସର ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସମୟରେ ସାଧାରଣ ସମସ୍ୟା ପାଲଟିଗଲାଣି । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସବୁଜ ପନିପରିବାର ଆବଶ୍ୟକତା ରହିଛି । ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକାଂଶ ଲୋକଙ୍କୁ ଅନେକ କିଛି ପନିପରିବା ଭଲ ଲାଗିନଥାଏ । କିନ୍ତୁ ପନିପରିବା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ । ଆଜି ଆମେ ଆପଣଙ୍କୁ ଏକ ଏପରି ପରିବା ସମ୍ପର୍କରେ କହିବୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।
ଆପଣ ଲାଉରେ ଅନେକ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଅଧିକାଂଶ ଲୋକଙ୍କୁ ଲାଉ ଜୁସ୍ ପିଇବା ଆଦୌ ପସନ୍ଦ ନଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ । ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଅନେକ ରୋଗର ସମସ୍ୟାକୁ ସମାଧାନ କରିଥାଏ । ତେବେ ଲାଉ ଜୁସର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।
ଲାଉରେ ଭରପୁର ପରିମାଣରେ ପୋଟାସିୟମ ଥାଏ । ଯାହା ଦ୍ୱାରା ବ୍ଲଡ଼ ପ୍ରେସର ରେଗୁଲେଟ ହେବା ସହ ହୃଦ ରୋଗ ସହ ଜଡିତ ସମସ୍ତ ପ୍ରକାର ସମସ୍ୟା ବି ଦୂର ହୋଇଥାଏ । ଶରୀର ଗରମ ହେଲେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଲାଉ ଜୁସ୍ ସେବନ କରନ୍ତୁ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ପାୱାର ବଢିଥାଏ
