ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା। ଗତ କିଛି ଦିନ ଧରି ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାଯାଇଛି। ସୂଚନା ମିଳିଛି ଯେ, ଆଜି ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି।
ଏଭଳି ହଠାତ୍ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଓ ସମ୍ପର୍କୀୟମାନେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିବା ଆରମ୍ଭ କରିଛନ୍ତି।
ଏହି ଖବର ଆସିବା ପରେ ଏବେ ତାଙ୍କ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ, ସେ ବୟସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।
୧୦ଦିନ ପୂର୍ବେ ହୋଇଥିଲେ ଭର୍ତ୍ତି
ଅଭିନେତାଙ୍କୁ ପ୍ରାୟ ୧୦ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଟିମ୍ ସ୍ୱାସ୍ଥ୍ୟାବସ୍ଥାର ସୂଚନା ଦେଇ କହିଥିଲେ ଯେ, ଏହା ଏକ ନିୟମିତ ଯାଞ୍ଚର ଅଂଶ ଥିଲା ଯାହା ପୂର୍ବରୁ ଯୋଜନା କରାଯାଇଥିଲା। ତେଣୁ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
