ନୂଆ ଗବେଷଣାରୁ ବଡ଼ ଖୁଲାସା: ପୂର୍ବରୁ ମଣିଷ ଏକାଧାରରେ ୮ ଘଣ୍ଟା ଶୋଉନଥିଲେ! 177

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ରାତିରେ ଅତିକମରେ ୭ରୁ ୮ ଘଣ୍ଟା ଏକାଧାରରେ ଶୋଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ହେଲେ ନୂଆ ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଇତିହାସ ଏବଂ ବିଜ୍ଞାନର ଅନୁସନ୍ଧାନ ଅନୁଯାୟୀ, ପୂର୍ବରୁ ମଣିଷ କେବେହେଲେ ଏକାଧାରରେ ୮ ଘଣ୍ଟା ଶୋଉନଥିଲେ।

ଇତିହାସକାର ଏବଂ ବୈଜ୍ଞାନିକଙ୍କ ମତରେ, ଶିଳ୍ପ ବିପ୍ଳବ (Industrial Revolution) ପୂର୍ବରୁ ଲୋକେ ଦୁଇଟି ପର୍ଯ୍ୟାୟରେ ବା ‘ଦୁଇ ଭାଗରେ’ (Biphasic Sleep) ଶୋଉଥିଲେ। ସେତେବେଳେ ପ୍ରଥମ ଶୋଇବା ବା ‘ଫାଷ୍ଟ ସ୍ଲିପ୍’ ସୂର୍ଯ୍ୟାସ୍ତର କିଛି ସମୟ ପରେ ଆରମ୍ଭ ହେଉଥିଲା। ଲୋକେ ପ୍ରାୟ ୩ ରୁ ୪ ଘଣ୍ଟା ଶୋଇବା ପରେ ମଧ୍ୟରାତ୍ରିରେ ପ୍ରାୟ ୧ ରୁ ୨ ଘଣ୍ଟା ପାଇଁ ଜାଗ୍ରତ ରହୁଥିଲେ।

ଏହି ମଧ୍ୟବର୍ତ୍ତୀ ସମୟରେ ସେମାନେ ବହି ପଢ଼ିବା, ପ୍ରାର୍ଥନା କରିବା, କଥାବାର୍ତ୍ତା ହେବା କିମ୍ବା ଘରର କିଛି କାମ କରୁଥିଲେ। ଏହା ପରେ ସେମାନେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ବା ‘ସେକେଣ୍ଡ ସ୍ଲିପ୍’ ପାଇଁ ଶୋଉଥିଲେ, ଯାହା ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲୁଥିଲା।

କେବେ ବଦଳିଲା ଏହି ଅଭ୍ୟାସ? ୧୯ଶ ଶତାବ୍ଦୀରେ ଯେତେବେଳେ କୃତ୍ରିମ ଆଲୋକ ବା ବିଦ୍ୟୁତ୍ ଶକ୍ତିର ଆବିଷ୍କାର ହେଲା ଏବଂ କାରଖାନାମାନ ଗଢ଼ିଉଠିଲା, ସେତେବେଳେ ଲୋକଙ୍କ କାମ କରିବା ସମୟ ବଦଳିଗଲା। ରାତିର ଆଲୋକ ଯୋଗୁଁ ଲୋକେ ବିଳମ୍ବ ପର୍ଯ୍ୟନ୍ତ ଜାଗ୍ରତ ରହିଲେ ଏବଂ ଦୁଇ ଭାଗରେ ଶୋଇବା ଅଭ୍ୟାସ ଧୀରେ ଧୀରେ ଲୋପ ପାଇଗଲା। ଫଳରେ ଆଜିର ଆଧୁନିକ ୮ ଘଣ୍ଟାର ଏକାଧାର ଶୋଇବା ସିଷ୍ଟମ୍‌ର ଜନ୍ମ ହେଲା।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy