କେଶ ଝଡ଼ିବା ଆଜିକାଲି ପ୍ରାୟ ସମସ୍ତଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ସାଜିଛି। ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ଅନେକ ସମୟରେ କୌଣସି ସୁଫଳ ମିଳିନଥାଏ। ଯଦି ଆପଣ କେଶ ଝଡ଼ିବା ସମସ୍ୟାରୁ ସହଜରେ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଘରେ ଥିବା ଚାହାପତି ଏବଂ କଫିର ଏହି ଚମତ୍କାର ଉପାୟକୁ ମାତ୍ର ୭ ଦିନ ବ୍ୟବହାର କରି ଦେଖନ୍ତୁ।
ଏହା କିପରି କାମ କରେ? କଫିରେ ଥିବା ‘କ୍ୟାଫିନ୍’ ମୁଣ୍ଡର ତ୍ୱଚାରେ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ, ଯାହା କେଶର ଚେରକୁ ମଜବୁତ କରେ ଏବଂ ନୂଆ କେଶ ଗଜା ହେବାରେ ସାହାଯ୍ୟ କରେ। ସେହିପରି ଚାହାପତିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କେଶର ରୁକ୍ଷପଣ ଦୂର କରିଥାଏ।
ଶାମ୍ପୁ କରିବା ପରେ ଏହି ମିଶ୍ରଣକୁ କେଶରେ ଏବଂ ମୁଣ୍ଡ ତ୍ୱଚା (Scalp) ରେ ଭଲଭାବେ ଢାଳି ୨-୩ ମିନିଟ୍ ହାଲୁକା ମସାଜ୍ କରନ୍ତୁ। ଏହାକୁ ୧୦ ମିନିଟ୍ ରଖିବା ପରେ କେବଳ ସାଧା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨ ଥର ଏହାକୁ ବ୍ୟବହାର କଲେ ମାତ୍ର ୭ ଦିନ ମଧ୍ୟରେ ଆପଣ କେଶ ଝଡ଼ିବାରେ ସ୍ପଷ୍ଟ ପାର୍ଥକ୍ୟ ଦେଖିବାକୁ ପାଇବେ।
ପ୍ରସ୍ତୁତି ଓ ବ୍ୟବହାର ବିଧି: ଏକ ପାତ୍ରରେ ୨ ଗ୍ଲାସ ପାଣି ନିଅନ୍ତୁ। ସେଥିରେ ୨ ଚାମଚ ଚାହାପତି ଏବଂ ୧ ଚାମଚ କଫି ଗୁଣ୍ଡ ମିଶାଇ ୫ ରୁ ୭ ମିନିଟ୍ ଭଲଭାବେ ଫୁଟାନ୍ତୁ। ପାଣି ଗାଢ଼ ରଙ୍ଗ ହୋଇଗଲେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ପରେ ଛାଣି ନିଅନ୍ତୁ।
