ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଏଭଳି ସ୍ଥିତିରେ ଶରୀରକୁ ସତେଜ ଓ ସୁସ୍ଥ ରଖିବା ପାଇଁ ପ୍ରକୃତିର ବରଦାନ ହେଉଛି ‘ଅଁଳା ସର୍ବତ’। ଏହା କେବଳ ଶରୀରକୁ ଭିତରୁ ଥଣ୍ଡା ରଖେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତି (Immunity) ମଧ୍ୟ ବଢ଼ାଇଥାଏ।
ଆବଶ୍ୟକ ସାମଗ୍ରୀ: କଞ୍ଚା ଅଁଳା (୪-୫ ଟି), ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଗୋଲମରିଚ ଗୁଣ୍ଡ, ବିଟ୍ ଲୁଣ, ଜିରା ଗୁଣ୍ଡ, ମହୁ ବା ଚିନି ଏବଂ ବରଫ ଖଣ୍ଡ।
ପ୍ରସ୍ତୁତି ପ୍ରଣାଳୀ:
୧. ପ୍ରଥମେ ଅଁଳାକୁ ଭଲଭାବେ ଧୋଇ ତା’ର ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
୨. ଏବେ ଏକ ମିକ୍ସି ଜାର୍ରେ କଟା ଅଁଳା, କିଛି ପୋଦିନା ପତ୍ର ଏବଂ ଅଳ୍ପ ପାଣି ଦେଇ ଭଲଭାବେ ଗ୍ରାଇଣ୍ଡିଂ କରି ନିଅନ୍ତୁ।
୩. ଏହି ମିଶ୍ରଣକୁ ଏକ ସଫା କପଡ଼ା ବା ଛାଣି ଦ୍ୱାରା ଛାଣି ଏହାର ରସକୁ ବାହାର କରି ଦିଅନ୍ତୁ।
୪. ଏହି ରସରେ ଆବଶ୍ୟକ ଅନୁସାରେ ଥଣ୍ଡା ପାଣି ମିଶାନ୍ତୁ। ଏହାପରେ ସେଥିରେ ସ୍ୱାଦ ଅନୁସାରେ ବିଟ୍ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାସ୍ଥ୍ୟକର ଅଁଳା ସର୍ବତ। ଗ୍ଲାସରେ କିଛି ବରଫ ଖଣ୍ଡ ପକାଇ ଏହାକୁ ଥଣ୍ଡା ଥଣ୍ଡା ପିଅନ୍ତୁ।
ଔଷଧୀୟ ଗୁଣ: ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ଥାଏ, ଯାହା ଖରାରେ ଡିହାଇଡ୍ରେସନ୍ରୁ ରକ୍ଷା କରେ ଏବଂ ପେଟକୁ ଥଣ୍ଡା ରଖି ହଜମ ପ୍ରକ୍ରିୟାକୁ ସଠିକ୍ ରଖେ। ଚଳିତ ଗ୍ରୀଷ୍ମ ଋତୁରେ କୋଲ୍ଡ ଡ୍ରିଙ୍କସ୍ ବଦଳରେ ଏହି ପ୍ରାକୃତିକ ସର୍ବତ ଆପଣାନ୍ତୁ ଓ ସୁସ୍ଥ ରୁହନ୍ତୁ।
