ଆମ ଭାରତୀୟ ରୋଷେଇ ଘରେ ହଳଦୀ ଏକ ଅପରିହାର୍ଯ୍ୟ ମସଲା। ଏହା କେବଳ ଖାଦ୍ୟର ରଙ୍ଗ ବଢ଼ାଏ ନାହିଁ, ବରଂ ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ଲାଭ ଆଶାରେ ବଜାରରେ ଏବେ ମିଳୁଛି ନକଲି ହଳଦୀ? ଯାହାକୁ ଖାଇବା ଦ୍ୱାରା ଆପଣ ରୋଗରୁ ମୁକ୍ତି ପାଇବା ପରିବର୍ତ୍ତେ ଭୟଙ୍କର ରୋଗର ଶିକାର ହୋଇପାରନ୍ତି।
ସାଧାରଣତଃ ହଳଦୀକୁ ଅଧିକ ହଳଦିଆ ଦେଖାଯିବା ପାଇଁ ଏଥିରେ ‘ଲେଡ୍ କ୍ରୋମେଟ୍’ (Lead Chromate) ଭଳି ସାଂଘାତିକ କେମିକାଲ ମିଶାଯାଉଛି। ଏହା ବ୍ୟତୀତ ଚକ୍ ପାଉଡର, ମେଟାନିଲ୍ ୟେଲୋ ଏବଂ ମକା ଗୁଣ୍ଡର ମିଶ୍ରଣ ମଧ୍ୟ କରାଯାଉଛି। ଏହି କେମିକାଲ୍ ଯୁକ୍ତ ହଳଦୀ ବ୍ୟବହାର କଲେ କ୍ୟାନ୍ସର, କିଡନୀ ସମସ୍ୟା ଏବଂ ମସ୍ତିଷ୍କ ଜନିତ ରୋଗ ହେବାର ଆଶଙ୍କା ରହିଛି।
କେମିତି କରିବେ ଅସଲି-ନକଲି ପରୀକ୍ଷା?
୧. ଗୋଟିଏ କାଚ ଗ୍ଲାସରେ କିଛି ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଚାମଚେ ହଳଦୀ ପକାନ୍ତୁ।
୨. ଏହାକୁ ଗୋଳାନ୍ତୁ ନାହିଁ, କିଛି ସମୟ ସେମିତି ଛାଡି ଦିଅନ୍ତୁ।
୩. ଯଦି ହଳଦୀ ଗୁଣ୍ଡ ଗ୍ଲାସର ତଳେ ବସିଯାଏ ଏବଂ ପାଣି ସ୍ୱଚ୍ଛ ହଳଦିଆ ଦେଖାଯାଏ, ତେବେ ଜାଣନ୍ତୁ ଏହା ଅସଲି
। ୪. କିନ୍ତୁ ଯଦି ପାଣି ଅଧିକ ଗାଢ଼ ହଳଦିଆ ହୋଇଯାଏ ଏବଂ କୁହୁଡ଼ିଆ ଦେଖାଯାଏ, ତେବେ ସେଥିରେ ଭେଜାଲ୍ ରହିଛି।
ସୁସ୍ଥ ରହିବାକୁ ହେଲେ ସଚେତନ ରୁହନ୍ତୁ। ପ୍ୟାକେଟ୍ ହଳଦୀ କିଣିବା ପୂର୍ବରୁ ସର୍ବଦା ମାର୍କ ଏବଂ ଶୁଦ୍ଧତା ଯାଞ୍ଚ କରନ୍ତୁ।
