ବିନା ଖୁଆ ଓ କନଡେନ୍ସଡ୍ ମିଲ୍କରେ ବନାନ୍ତୁ କ୍ରିମି ଲାଉ କ୍ଷିରୀ | 79

ମିଠା ଖାଇବାକୁ କାହାକୁ ବା ଭଲ ନଲାଗେ? ଆଉ ଯଦି ଘରେ ତିଆରି ସ୍ୱାସ୍ଥ୍ୟକର ଲାଉ କ୍ଷିରୀ ମିଳିଯାଏ, ତେବେ କଥା ସରିଲା। ସାଧାରଣତଃ ଅନେକ ଭାବନ୍ତି ଯେ ବିନା ଖୁଆ ବା କନଡେନ୍ସଡ୍ ମିଲ୍କରେ କ୍ଷିରୀ କ୍ରିମି ହେବନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ ବତାଇବୁ, ଯାହାଦ୍ୱାରା ଆପଣ ଘରୋଇ ସାମଗ୍ରୀରେ ପ୍ରସ୍ତୁତ କରିପାରିବେ ଅତି ସୁଆଦିଆ ଲାଉ କ୍ଷିରୀ।

ଆବଶ୍ୟକ ସାମଗ୍ରୀ:

  • କୋରା ଲାଉ (ପାଣି ନିଗାଡ଼ିଥିବା)
  • ୧ ଲିଟର ଫୁଲ୍ କ୍ରିମ୍ କ୍ଷୀର
  • ଅଧା କପ୍ ଚିନି (ସ୍ୱାଦ ଅନୁସାରେ)
  • ୨ ଚାମଚ ଗୁଆ ଘିଅ
  • ଗୁଜୁରାତି ଗୁଣ୍ଡ ଓ କିଛି କାଜୁ-କିସମିସ୍
  • ସିକ୍ରେଟ୍ ଟିପ୍ସ: ୨ ଚାମଚ ଗୁଣ୍ଡ କ୍ଷୀର କିମ୍ବା ଅଳ୍ପ ଭଜା ହୋଇଥିବା ସୁଜି।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ କଡ଼େଇରେ ଘିଅ ଗରମ କରି କାଜୁ ଓ କିସମିସକୁ ଭାଜି ବାହାର କରି ଦିଅନ୍ତୁ। ସେହି ଘିଅରେ କୋରା ଲାଉକୁ ପକାଇ ୫-୭ ମିନିଟ୍ ଭଲଭାବେ ଭାଜନ୍ତୁ, ଯେପରି ଲାଉର କଞ୍ଚା ଗନ୍ଧ ଚାଲିଯିବ। ଅନ୍ୟପଟେ କ୍ଷୀରକୁ ଭଲଭାବେ ଫୁଟାଇ ଗାଢ଼ କରନ୍ତୁ। କ୍ଷୀର ଅଧା ହୋଇ ଆସିଲେ ସେଥିରେ ଭଜା ଲାଉକୁ ମିଶାନ୍ତୁ।

କ୍ଷିରୀକୁ କ୍ରିମି କରିବା ପାଇଁ ଅଳ୍ପ ଉଷୁମ କ୍ଷୀରରେ ଗୁଣ୍ଡ କ୍ଷୀର ଗୋଳାଇ ସେଥିରେ ଢାଳନ୍ତୁ। ଏହା ଖୁଆର ସ୍ୱାଦ ଦେବ। ଶେଷରେ ଚିନି, ଗୁଜୁରାତି ଗୁଣ୍ଡ ଓ ଭଜା ଶୁଖିଲା ଫଳ ମିଶାଇ ଆଉ ୨ ମିନିଟ୍ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ଲାଉ କ୍ଷିରୀ। ଏହାକୁ ଥଣ୍ଡା କିମ୍ବା ଗରମ ପରଷନ୍ତୁ।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy