କ୍ରୁଜ୍ ଜାହାଜରେ ହାଣ୍ଟାଭାଇରସ୍ ଆତଙ୍କ! ଭାରତ ପାଇଁ କିପରି ବିପଦ? କଣ କହୁଛି ICMR? 84

ବିଶ୍ୱରେ ପୁଣି ଏକ ନୂଆ ଭାଇରସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ‘ହାଣ୍ଟାଭାଇରସ୍’ (Hantavirus) ସଂକ୍ରମଣ ଚିହ୍ନଟ ହେବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି। ବିଶେଷ କରି ସମୁଦ୍ର ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ICMR ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି।

ICMR ର ବରିଷ୍ଠ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ଏହି ଭାଇରସରୁ କୌଣସି ତତ୍କାଳ ବିପଦ ନାହିଁ। କ୍ରୁଜ୍ ଜାହାଜରେ ଦେଖାଦେଇଥିବା ଏହି ମାମଲାକୁ ନିକଟରୁ ପର୍ଯ୍ୟବେକ୍ଷଣ କରାଯାଉଛି। ଭାରତରେ ଏପର୍ଯ୍ୟନ୍ତ ଏଭଳି କୌଣସି ସଂକ୍ରମଣର ଲକ୍ଷଣ ଦେଖାଦେଇ ନାହିଁ, ତେଣୁ ଜନସାଧାରଣ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

କଣ ଏହି ହାଣ୍ଟାଭାଇରସ୍? ହାଣ୍ଟାଭାଇରସ୍ ମୁଖ୍ୟତଃ ମୂଷା କିମ୍ବା ସେହି ଜାତୀୟ ପ୍ରାଣୀଙ୍କ ଦ୍ୱାରା ବ୍ୟାପିଥାଏ। ସେମାନଙ୍କ ପରିସ୍ରା, ମଳ କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ ମଣିଷ ଶରୀରକୁ ଏହି ଭାଇରସ୍ ପ୍ରବେଶ କରେ। ଏହାର ପ୍ରାଥମିକ ଲକ୍ଷଣ ଗୁଡ଼ିକ ହେଲା ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା।

ଯଦିଓ ଭାରତ ଏବେ ସୁରକ୍ଷିତ, ତଥାପି ଆଗୁଆ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ବାହାର ଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସ୍ୱଚ୍ଛତା ରକ୍ଷା କରିବା ଏବଂ ମୂଷା ମାନଙ୍କ ଠାରୁ ଦୂରେଇ ରହିବା ଏହାର ପ୍ରତିରୋଧର ମୁଖ୍ୟ ଉପାୟ।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy