January 22, 2025

24News Odia

News for All

ଉପାନ୍ତ ଅଞ୍ଚଳରେ ବ୍ୟାପିଲାଣି ମହାମାରୀ ହଇଜା!

The epidemic cholera has spread in the suburbs!

The epidemic cholera has spread in the suburbs!

ଗୋଟିଏ ଦିନରେ ଝାଡ଼ାବାନ୍ତିରେ ଚାଲିଗଲା ଦୁଇଜଣଙ୍କର ଜୀବନ।ପେଟ ପୋଷିବା ଆଶାରେ ଆସି ଶେଷକୁ ଚାଲିଯାଇଛି ଦୁଇ ଜୀବନ।ଝାଡାବାନ୍ତିରେ ଚାଲିଗଲା ମୟୁରଭଞ୍ଜ ଜିଲ୍ଲାର ୨ ଶ୍ରମିକଙ୍କ ଜୀବନ।କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଠାଘର କାମ,ରାସ୍ତା କାମ,ମାଛ ଚାଷ,କୁକୁଡ଼ା ଚାଷ,ଛେଳି ଚାଷ,ଧାନ ଚାଷ କାମ ଭଳି ଅନେକ କାମ ପାଇଁ ଅନ୍ୟ ଜିଲ୍ଲାରୁ ଯୁବକ, ଯୁବତୀ ମାନେ ଆସି ମାସ ମାସ ଧରି ରହି ଶ୍ରମିକ ଭାବରେ କାମ କାର୍ଯ୍ୟ କରି ଟଙ୍କା ରୋଜଗାର କରିଥାନ୍ତି ଏବଂ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି।କେନ୍ଦ୍ରାପଡା ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଜନଗର ବ୍ଲକର ବିଭିନ୍ନ ତଟବର୍ତ୍ତୀ ରଙ୍ଗଣୀ,ତାଳଚୁଆ,ଗୁପ୍ତି,ଡାଙ୍ଗମାଳ ଭଳି ଅଞ୍ଚଳ ସମେତ ରାଜନଗର ବ୍ଲକ ସଂଲଗ୍ନ ଅଞ୍ଚଳରେ ଚାଷ କାମ ସହ ଚିଙ୍ଗୁଡ଼ି ଘେରି ଜଗିବା କାର୍ଯ୍ୟ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ବାଉଁଶବିଲର ବାହାଦୁରପୁର ଗ୍ରାମର ବଂଶୀଧର କାଳନ୍ଦୀ ୫୦ ବର୍ଷ ଓ ପତ୍ନୀ ସରୋଜିନୀ କାଳନ୍ଦୀ ୪୫ ବର୍ଷ ଗୁରୁବାର ମଧ୍ୟାହ୍ନ ସମୟରେ ଉଭୟ ଝାଡାବାନ୍ତିର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ।ଉଭୟ ଆକ୍ରାନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସମୟରେ ବାଟରେ ସ୍ତ୍ରୀ ସରୋଜିନୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିପରି ମୟୁରଭଞ୍ଜ ଜିଲ୍ଲା ବେତନଟି ବ୍ଲକ କେନ୍ଦୁଛାଟିଆ ଗ୍ରାମର ଅଜିତ ଦେହୁରୀ ୫୦ ବର୍ଷ ମଧ୍ୟ ରାଜନଗର ବ୍ଲକର ବେଲପାଳ ଗ୍ରାମରେ କାମ କରୁଥିଲେ।ତାଙ୍କର ମଧ୍ୟ ଝାଡାବାନ୍ତି ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଥିବା ବାଟରେ ମୃତ୍ୟୁ ହୋଇ ଯାଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।ତେବେ ଏହି ଘଟଣା ଦୁଇଟିର କାରଣ ଜଣା ପଡିନଥିବା ବେଳେ ପୋଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ସୂଚନା ମିଳିଛି।ଅନ୍ୟପଟେ ମେଡିକାଲ ଟିମ ଦୁଇଟି ଗାଁକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି।ଅଜିତ ଦେହୁରୀ କାମ କରୁଥିବା ସମ୍ପର୍କୀୟ ସରୋଜଙ୍କ କହିବାନୁଯାୟୀ,”ଅଜିତଙ୍କ ବେକ ଯନ୍ତ୍ରଣା ହେଉଥିବା ଅଜିତ କହିଥିବା ବେଳେ ପେଟ ବିନ୍ଧୁବା ଏବଂ ଦୁଇ ଚାରିଟା ଝାଡା ହେବା ପରେ ତାଙ୍କୁ ମାଲିକଙ୍କ ଘରେ ବିଶ୍ରାମ ପାଇଁ କୁହାଯାଇଥିଲା ତେବେ ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ଅଜିତଙ୍କୁ ମେଡିକାଲ ଅଣା ଯାଇଥିଲା ଏବଂ ମୃତ୍ୟୁ ପରେ ତାଙ୍କର ମୃତଦେହ ମୟୁରଭଞ୍ଜ ଯିବା ପାଇଁ ବ୍ୟବସ୍ଥା କରିବାକୁ” ନିବେଦନ କରିଛନ୍ତି।ସେହିପରି ମୃତକ ସରୋଜିନୀ କାଳନ୍ଦୀଙ୍କ ଝିଅ ସବିତା କାଳନ୍ଦୀ କହିବା ଅନୁଯାୟୀ, “ବାପା ବୋଉ କାମ କରୁଥିବା ସ୍ଥାନର ମାଲିକ ତାଙ୍କ ବଡ଼ ଭଉଣୀଙ୍କୁ ଫୋନ ଯୋଗେ ସେମାନେ ଅସୁସ୍ଥ ଥିବା ସମ୍ପର୍କରେ ଜଣାଇବା ପରେ ଭଉଣୀ ଫୋନ କରିବାରୁ ବାପା ମାଆଙ୍କୁ ଦେଖିବାକୁ ଯିବା ବେଳକୁ ବାପା ଅସୁସ୍ଥ ହୋଇ ପଡିଛନ୍ତି ଏବଂ ମା ଆଖି ବୁଜିଛନ୍ତି” ବୋଲି କହିଛନ୍ତି।
କେନ୍ଦ୍ରାପଡ଼ାରୁ ନିହାର ରଞ୍ଜନ ପରିଡାକ ରିପୋର୍ଟ 24newsodia

About The Author

Copyright © 24newsodia | Newsphere by AF themes.