ମୋହନ ସରକାରଙ୍କ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ
ଚଳିତ ବର୍ଷ ନିର୍ବାଚନରେ ରାଜ୍ୟରେ ବିଜେପି ବିଜୟ ଲାଭ କରିବା ସହ ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ପାଠ କରିଥିଲେ ଏବଂ ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ପାଠ କରିଥିଲେ । ଏହା ବ୍ୟତୀତ ରାଜ୍ୟ ମନ୍ତ୍ରୀ ମଣ୍ଡଳ ପାଇଁ ୧୩ ଜଣ ମନ୍ତ୍ରୀ ଶପଥ ପାଠ କରିଥିଲେ । କିଛି ଦିନର ଅପେକ୍ଷା ପରେ ଗତ ଶନିବାର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ତାଲିକା ପ୍ରକାଶ ପାଇଛି ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖେ ରହିଛି ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ) । ସେହିପରି କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ବିଭାଗ ରହିଛି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ପାଖରେ । ଅନ୍ୟପକ୍ଷରେ ପ୍ରଭାତୀ ପରିଡ଼ାଙ୍କ ପାଖରେ ରହିଛି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ।
ସୁରେଶ ପୂଜାରୀଙ୍କୁ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଛି ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ, ମୁକେଶ ମହାଲିଙ୍ଗଙ୍କୁ ମିଳିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ, ବିଭୁତି ଭୁଷଣ ଜେନାଙ୍କୁ ମିଳିଛି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ, ସୂର୍ୟ୍ୟବଂଶୀ ସୂରଜଙ୍କୁ ମିଳିଛି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ରବି ନାରାୟଣ ନାୟକଙ୍କୁ ମିଳିଛି ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ, ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ବିଭାଗ, ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ବିଭାଗ, ସମ୍ପଦ ସ୍ୱାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ପ୍ରଦୀପ ବଳସମାନ୍ତଙ୍କୁ ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଛି ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ