January 22, 2025

24News Odia

News for All

ବିଗିଡ଼ି ଯାଇଛି ଦର୍ଶନ ବ୍ୟବସ୍ଥା

ଓଡ଼ିଶାର କୃଷି ଭିତ୍ତିକ ପର୍ବ ଭାବରେ ରଜକୁ ପାଳନ କରାଯାଇଥାଏ । ଓଡ଼ିଶାରେ ଏହା ଗଣପର୍ବ ଭାବେ ପାଳନ କରାଯାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନିଦିନ ସରକାରୀ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ପ୍ରଚଣ୍ଡ ଖରାରେ ଧାଡିରେ ଛିଡ଼ା ହୋଇ ଅସ୍ତବ୍ୟସ୍ତ ହେଉଛନ୍ତି ଭକ୍ତମାନେ । ଅନେକ ସମୟ ଅପେକ୍ଷା କରି ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କଲା ପରେ ଶ୍ରୀଜିଉଙ୍କ ଦର୍ଶନ ମିଳୁନାହିଁ । ମୁଖ୍ୟଦ୍ୱାର ପାଖରୁ ଆରମ୍ଭ କରି ଭିତରେ ଥିବା ବାହାର କାଠ ପର୍ଯ୍ୟନ୍ତ ଭିଡ଼ରେ ଠେଲାପେଲା ହୋଇ ଅନେକ ସମସ୍ୟା ହେଉଛି । ଏହା ଦ୍ୱାରା ସାଧାରଣ ଭକ୍ତମାନେ ଠିକ୍ ଭାବରେ ଠାକୁରଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ସେହିପରି ବାରମ୍ବାର ଶୃଙ୍ଖଳିତ ଦର୍ଶନର ଦାବି ସତ୍ତ୍ୱେ ମଧ୍ୟ ମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷପେ ନିଆଯାଉନାହିଁ ବୋଲି ଅଭିଯୋଗ ହେଉଛି । ସୁରକ୍ଷାକର୍ମୀ ଏହାକୁ ଦେଖି ଚୁପଚାପ ରହିଛନ୍ତି । ଜଗନ୍ନାଥପ୍ରେମୀ ଭକ୍ତଙ୍କ ଲାଗି ଚାରି ଦ୍ୱାର ଖୋଲି ରାଜ୍ୟ ସରକାର ଚୁପ ବସିଛନ୍ତି ବୋଲି କିଛି ଭକ୍ତ କହିଛନ୍ତି । ଏନେଇ ଶ୍ରଦ୍ଧାଳୁମାନେ ଦୁଃଖପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବରିଷ୍ଠ ଅଧିକାରୀମାନେ ସେଠାକୁ ଯାଇନଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି ଭିଡ଼ କାରଣରୁ ଅନେକ ପରିବାର ସହ ଆସିଥିବା ବହୁ ଦୁରଦୂରାନ୍ତ ଭକ୍ତମାନେ ଫେରି ଯାଇଛନ୍ତିି । ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି କିଛି ଭକ୍ତ । ନଚେତ୍ ଭିଡ଼ରେ ଦଳାଚକଟା ହୋଇ ଅଘଟଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.

About The Author

Copyright © 24newsodia | Newsphere by AF themes.