January 22, 2025

24News Odia

News for All

ଶ୍ରୀମନ୍ଦିର ଇତିହାସରେ ହେବ ବିରଳ ରଥଯାତ୍ରା

ratha yatra 2024

ratha yatra 2024

୧୯୭୧ ଭଳି ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି । ତେଣୁ ୫୩ ବର୍ଷ ପରେ ସେହିଭଳି ଦୁଇ ଦିନ ଧରି ହେବ ରଥଯାତ୍ରା । ଆଉ ଏବର୍ଷ ରଥଯାତ୍ରାରେ ଦୁଇ ଗୁଣା ଭକ୍ତଙ୍କ ସଂଖ୍ଯା ହେବ । ଅର୍ଥାତ ସେବାୟତମାନଙ୍କର ଆକଳନ ପୁରା ରଥଯାତ୍ରାରେ ସାମିଲ ହେବେ ୫୦ ଲକ୍ଷ ଭକ୍ତ । ତେଣୁ ନବକଳେବର ଭଳି ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ରାଜ୍ଯର ନୂଆ ସରକାର ।

ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରାର ନୀତିକାନ୍ତି ବେଶ ବିରଳ। କାରଣ ୧୯୭୧ରେ ଯେଭଳି ନବଯୌବନ ଓ ନେତ୍ରୋତ୍ସବ ସହ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡିଥିଲା । ଏଥର ବି ସେହିଭଳି ପଡିଛି ଓ ସେହି ଅନୁସାରେ ହେବ ନୀତିକାନ୍ତି । ସେପଟେ ଏବର୍ଷ ଭକ୍ତଙ୍କ ସମାଗମ ହେବ ରେକର୍ଡ ସଂଖ୍ଯକ ୫୦ ଲକ୍ଷରୁ ଅଧିକ ହେବ ବୋଲି ସମ୍ଭାବନା ରହିଛି । ତେବେ ପ୍ରତିବର୍ଷ ରଥଯାତ୍ରା ଠାରୁ ଚଳିତ ବର୍ଷ ରଥଯାତ୍ରାରେ ଦୁଇ ଗୁଣା ଭକ୍ତଙ୍କ ଆକଳନ କରାଯାଉଛି । କାରଣ ଏବର୍ଷ ଜୁଲାଇ ୭ ରଥଯାତ୍ରା ଦିନ ଅପରାହ୍ନରେ ହେବ ପହଣ୍ଡି । ପ୍ରାୟ ସନ୍ଧ୍ଯାରେ ହେବ ବିଧି ଅନୁସାରେ ଗୋଟିଏ ରଥ ଟଣା ହେବ । ତେଣୁ ତା ପରଦିନ ପୁଣି ରଥଟଣା ହେଲେ ବଡଦାଣ୍ଡରେ ତିନି ଦିନ ଧରି ଶ୍ରୀବିଗ୍ରହ ରଥ ଉପରେ ରହିବେ

About The Author

Copyright © 24newsodia | Newsphere by AF themes.