ଜାଣନ୍ତୁ ମୂଳା କେଉଁ ରୋଗର ଉପଚାର କରିବାରେ ସକ୍ଷମ
ଏବେ ସମାଜରେ ବହୁ ଲୋକ ରକ୍ତଚାପ ରୋଗରେ ପୀଡ଼ିତ।ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିଥା’ନ୍ତି।କେତେକ ରକ୍ତଚାପ ରୋଗୀଙ୍କର ମୁଣ୍ଡ ବୁଲାଇଥାଏ ଏବଂ ଅଚାନକ ତାଙ୍କୁ କିଛି ଦେଖାଯାଏ ନାହିଁ।ଏଭଳି ଅବସ୍ଥା ଉପୁଜିଥିଲେ ସାଧାରଣତଃ ପୀଡ଼ିତ ବ୍ୟକ୍ତି ଚିକିତ୍ସକଙ୍କ ପରାମର୍ଶ ନେଇଥାଆନ୍ତି ବା କୌଣସି ପେନ୍କିଲର୍ ବଟିକା ସେବନ କରିଥା’ନ୍ତି।କିନ୍ତୁ ଏହାକୁ ନେଇ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ
ମୂଳା ଶୀତ ଋତୁରେ ମିଳୁଥିବା ଏକ ସୁସ୍ୱାଦୁ ପରିବା। ଆୟୁର୍ବେଦିକ ଶାସ୍ତ୍ର ଅନୁଯାୟୀ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ | ମୂଳାକୁ ଅନେକ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ |ଶୀତଦିନେ ଘରେ ଘରେ ମୂଳା ଭଜା ଠାରୁ ଆରମ୍ଭ କରି ଶାଗ, ରାଇ ଆଦି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ| ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଥଣ୍ଡା, କାଶ ଏବଂ ଫ୍ଲୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ |
ତିନୋଟି ପ୍ରକାରର ମୂଳା ଅଛି: ସାଧାରଣତଃ ଆପଣ ମାର୍କେଟରେ ତିନି ପ୍ରକାରର ମୂଳା ଦେଖିଥିବେ | ପ୍ରଥମ ଧଳା ମୂଳା, ଦ୍ୱିତୀୟ ଲାଲ୍ ମୂଳା ଏବଂ ତୃତୀୟ କଳା ମୂଳା | ଧଳା ମୂଳା ଲମ୍ବା ଏବଂ ସାମାନ୍ୟ ମିଠା | ଲାଲ୍ ମୂଳା ଛୋଟ, ଗୋଲାକାର ଏବଂ ସାମାନ୍ୟ ରାଗ ସ୍ଵାଦ ଯୁକ୍ତ ହୋଇଥିବା ବେଳେ କଳା ମୂଳା ଖୁବ୍ ଅଧିକ ରାଗ ସ୍ୱାଦଯୁକ୍ତ ହୋଇଥାଏ।କଳା ମୂଳା ମାର୍କେଟରେ କ୍ଵଚିତ ଉପଲବ୍ଧ ହୋଇଥିଲେ ମଧ୍ୟ ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ |
ମୂଳା ଖାଇବାର ଲାଭ: ମୂଳା ଖାଇବାର ଅନେକ ଲାଭ ଅଛି, କାରଣ ଏଥିରେ ପୁଷ୍ଟିକର ଖାଦ୍ୟ ଭରପୂର ମାତ୍ରା ରେ ରହିଛି। ଏଥିରେ ଫାଇବର, ଭିଟାମିନ୍ ସି, ପୋଟାସିୟମ୍, ଫସଫରସ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି