January 22, 2025

24News Odia

News for All

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

Padma Shri Awardee Kamala Pujari Passes Away

Padma Shri Awardee Kamala Pujari Passes Away

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ କମଳା ବାରମ୍ବାର ମେଡିକାଲରେ ଆଡମିଟ୍ ହେବା ସହିତ ଚିକିତ୍ସିତ ହୋଇ ଆସୁଥିଲେ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ କିଡନୀ ଜନିତ ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କମଳାଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଶ୍ରୀମତୀ ପୂଜାରୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ ସମଗ୍ର ଦେଶରେ ବିଶେଷ ଭାବେ ପରିଚିତି ହାସଲ କରିଥିଲେ । ୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ସେ ଚର୍ଚ୍ଚାକୁ ଆସିଥିଲେ । ଜୟପୁରଠାରୁ ୧୦ କିମି ଦୂରରେ ଥିବା ପାତ୍ରପୁଟ ତାଙ୍କର ଜନ୍ମମାଟି ଥିଲା । ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ୨୦୦୨ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ତାଙ୍କୁ ଇକ୍ୱେଟର ଅଫ୍ ଇନିସିଏଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଦିଲ୍ଲୀରେ ତାଙ୍କୁ କୃଷି ବିଶାରଦ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଅସୁସ୍ଥତା କାରଣରୁ ଗତ ୧୬ ତାରିଖରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟାରେ ସୁଧାର ନ ଆସିବାରୁ ତାଙ୍କୁ ୧୭ ତାରିଖରେ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବିଦାୟ ନେଇଥିଲେ କଳିଙ୍ଗ ମାଟିର ଏହି ସୁପୁତୀ ।

About The Author

Copyright © 24newsodia | Newsphere by AF themes.