ବିଶ୍ୱ ପାଳୁଛି ଯୋଗ ଦିବସ
ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସାଙ୍ଗରେ ରହିଛନ୍ତି କ୍ରୀଡାମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ,ବିଜେପି କର୍ମକର୍ତ୍ତା ଙ୍କ ସହ କ୍ରୀଡାବିତ୍ । ମୁଖ୍ୟମନ୍ତ୍ରୀ ଯୋଗ କରିବା ସହ ଯୋଗର ମହତ୍ତ୍ବ ସମ୍ପର୍କରେ ବୁଝାଇଛନ୍ତି । ସେ କହିଛନ୍ତି, ଯୋଗ ହେଉଛି ଦୈନନ୍ଦିନ ଜୀବନର ପରିବର୍ତ୍ତନର ଯାତ୍ରା ।
ଭାରତର ଯୋଗ ପୂରା ବିଶ୍ବକୁ ରଖୁଛି ନିରୋଗ । ଯୋଗ 5000 ବର୍ଷ ପୁରୁଣା ଭାରତୀୟ ପଦ୍ଧତି । ଭଗବାନ ଶିବ ପ୍ରଥମ ଯୋଗଗୁରୁ ବୋଲି ରହିଛି ମାନ୍ୟତା । ସେଥିପାଇଁ ଭଗବାନ ଶଙ୍କରଙ୍କୁ ଆଦିଯୋଗୀ ମଧ୍ୟ କୁହାଯାଏ । ଆଜିଠାରୁ ସୂର୍ଯ୍ୟ ଦକ୍ଷିଣାୟନ ଗତି ଆରମ୍ଭ ହୁଏ ।। ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ଦ୍ଵାରା ମନକୁ ଶାନ୍ତ କରିହୋଇଥାଏ ।ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି ।ଏହିବର୍ଷ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜର ଓ ସମାଜ ପାଇଁ ଯୋଗ