January 22, 2025

24News Odia

News for All

ନିଜ ହାତରେ ରହିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ

ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀମଣ୍ଡଳର ପ୍ରମୁଖ ନେତାଙ୍କୁ ବିଭିନ୍ନ ବିଭାଗ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି । ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଛନ୍ତି । ଏହାବ୍ୟତୀତ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ଯୋଜନା ଓ ସମନ୍ୱୟ ବିଭାଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ରହିଥିବା ବେଳେ ଆହୁରି ଅନେକ ଆବଣ୍ଟିତ ହୋଇ ନଥିବା ବିଭାଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଚାଳନା ଦାୟିତ୍ୱରେ ରହିବେ । ତେବେ ବିଜେଡି ସରକାର ହଟିବା ପରେ ମଧ୍ୟ ସେହି ସରକାରରେ ଆରମ୍ଭ ହୋଇଥିବା ‘ମିଶନ୍ ଶକ୍ତି ଯୋଜନା’ ମୋହନ ସରକାରରେ ମଧ୍ୟ ଜାରି ରହିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀଙ୍କୁ କେଉଁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ:

About The Author

Copyright © 24newsodia | Newsphere by AF themes.