January 22, 2025

24News Odia

News for All

ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ

Businessman beaten up and robbed

Businessman beaten up and robbed

ଜଗତପୁର ରେ ଗତ ଶୁକ୍ରବାର ରାତିରେ ଜଗତପୁର ଥାନା ଅଧୀନସ୍ଥ ପାଗା-ଗୋପିନାଥପୁର ରାସ୍ତା ମହାଜନପୁର ଗ୍ରାମ ଗଡ଼ା ନିକଟରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଦୁର୍ତ୍ତକମାନେ ଫାଙ୍କା ଗୁଳି ଫୁଟାଇବା ସହ ମାଡ଼ମାରି ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବଗୁଲା ସାହୁ ନାମକ ଜଣେ ଜୁଏଲାରୀ ମାଲିକଙ୍କଠୁ ସ୍କୁଟି ସହ ସେଥିରେ ଥିବା ୭ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନିଗଦ ୩୯ ହଜାର ଟଙ୍କା ଲୁଟି ହୋଇଛି । ଦୁର୍ତ୍ତରଙ୍କ ମାଡ଼ରେ ଆହତ ହୋଇଥିବା ହୁଏଲାରୀ ମାଲିକ ଶ୍ରୀ ସାହୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ପରେ ଅଧିକ ଚିକିତ୍ସା ଲାଗି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ବଗୁଲାଙ୍କ ଏତଲା ପରେ ଜଗତପୁର ପୁଲିସ ଘଟଣାସ୍ଥଳରେ lପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ପାଗା ଛକ ବଜାରରେ ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବଗୁଲାଙ୍କର ‘ଅମରନାଥ ଜୁଏଲାରୀ’ ନାମକ ଦୋକାନ ରହିଛି। ସବୁଦିନ ଭଳି ଶୁକ୍ରବାର ରାତିରେ ସେ ଦୋକାନ ବନ୍ଧ କରିଥିଲେ । ବୋକାନରେ ଥିବା ୭ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଓ ବିକ୍ରି କରିଥିବା ନଗଦ ୩୯ ହଜାର ଟଙ୍କାକୁ ଏକ ବ୍ୟାଗରେ ରଖୁଥିଲେ । ଏହାପରେ ସ୍କୁଟି(ନଂ. ଓଡି୦୫-ଏଏସ୍-୨୧୦୩) ଡିକିରେ ବ୍ୟାଗ ରଖ୍ ସେ ଓ ତାଙ୍କର ସାନଭାଇ ବିଶ୍ଵଲାଙ୍କ ସହ ଘରକୁ ଫେରୁଥିଲେ । ପାଗା ପାଣ୍ଠିରୁ ମାତ୍ର କେଇ ମିଟର ଦୂରରେ ହଠାତ୍ ଫୋଟକା ଫୁଟିଲା ଭଳି ଏକ ଶବ୍ଦ ହୋଇଥିଲା । ବଗୁଲା ସ୍କୁଟି
ବ୍ରେକ ମାରିବା କ୍ଷଣି ରାସ୍ତା ପାର୍ଶ୍ବରେ ପୂର୍ବରୁ ଅଟକି ରହିଥିବା ୩ଜଣ ଦୁର୍ବୃତ୍ତ ତାଙ୍କ ସ୍ତୁଟି ଆଗକୁ ମାଡ଼ି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏକ ଖଣ୍ଡାର ବେଣ୍ଟ୍‌ ଭାଗରେ ବ୍ୟବସାୟୀ ବଗୁଲା ମୁଣ୍ଡ କୁ ଶକ୍ତ ପ୍ରହାର ଦେଇଥିଲା । ଏଥିରେ ବଗୁଲା ଆହତ ତଳେପାଡ଼ି ଯାଇଥିଲେ ଓ ତାଙ୍କ ସାନଭାଇ ଓ ବଗୁଲା ସ୍କୁଟିରୁ ଚଳେ ପଡ଼ିଯିବା ପରେ ଉଭୟଙ୍କୁ ମୁଥମାରି ଆହତ କରିଦେଇଥିଲେ । ଦୁଇ ଭାଇ ତଳେ ପଢ଼ି ଚିତ୍କାର କରୁଥିବାବେଳେ ଦୁର୍ତ୍ତର ମାନେ ଅଳଙ୍କାର ଓ ଟଙ୍କା ଥିବା ସ୍ଫୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ରାସ୍ତାରେ ଯାଇଥିବା ଲୋକେ ପାଗା ଫାଣ୍ଡିକୁ ଖବର ଦେବା ପରେ ପୁଲିସ ଘଟଣାସୁରରେ ପହଞ୍ଚି ଆହତ ବ୍ୟବସାୟୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଳମ୍ବିତ ରାତ୍ରିରେ ଏନେଇ ପାଗା ଫାଣ୍ଡିରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଜଗତପୁର ଥାନା ଆଇଆଇସି ଓମ୍‌ ପ୍ରକାଶ ମହାନ୍ତି ଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଛି । ଘଟଣା ଘଟିଥିବା ପାଗା-ଗୋପିନଥପୁର ରାସ୍ତା ପାର୍ଶ୍ବର ବିଭିନ୍ନ ସ୍ଥାନରେ ରହିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ୍ ସହ ସ୍ପେସାଲ ସ୍କୋୟାଡ଼ ସହ ଦୁର୍ତ୍ତରଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଜାରିରହିଛି
ଦୁର୍ତ୍ତରମାନେ ଅଳଙ୍କାର, ନଗଦ ବଙ୍କା ଥିବା ସ୍କୁଟିକୁ ମେଳନ ପଡିଆ ଠାରୁ ପ୍ରାୟ ୫ କି.ମି. ଦୂର ସାଲେପୁର ଥାନା ନନ୍ତରo କେନ୍ତେନ ପଞ୍ଚାୟତ ପାଟପୁର ଗ୍ରାମ ନିକଟ ଶିବ ମନ୍ଦିର ନିକଟରୁ ବ୍ୟବସାୟ ଙ୍କ ସ୍କୁଟି କୁ ପୋଲିସ ଉଦ୍ଧାର କରିଛି

About The Author

Copyright © 24newsodia | Newsphere by AF themes.