ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଆଜି ଉଦଯାପନୀ ଦିବସ
ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଆଜି ଉଦଯାପନୀ ଦିବସ। ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍। ଆଜି ବି ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି।
ଗତକାଲି ମହାମେଳିର ଦ୍ବିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ ହୋଇଛି। ସୁରକ୍ଷା ଏବଂ ପୋଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ହୋଇଛି ମାନସ ମନ୍ଥନ। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା, ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍, ମାଓ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା, ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ ହେବ