January 22, 2025

24News Odia

News for All

ଚତୁର୍ଥ ଦିନରେ ୪ ଜୀବିତ ଉଦ୍ଧାର, ମାଟିତଳେ ଜୀବନ ଖୋଜୁଛି ଥର୍ମାଲ୍‌ ସ୍କାନର

Wayanad Landslide News Highlights

Wayanad Landslide News Highlights

କେରଳର ୱାୟନାଡ଼ ଭୂସ୍ଖଳନ ମୃତ୍ୟୁସଂଖ୍ୟା‌ ଆଜି ୩୩୪ରେ ପହଞ୍ଚିଛି। ୨୮୧ ଜଣ ଏବେ ବି ନିଖୋଜ ଥିବାବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆଜି ଚତୁର୍ଥ ଦିନରେ ଉଦ୍ଧାର ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଗୋଟିଏ ପରିବାରର ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଚୁରାଲମାଲାଠାରୁ ୩ କିମି ଦୂର ପଦଭେଟ୍ଟିକୁନ୍ନୁ ନାମକ ଏକ ସ୍ଥାନରେ ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ସେମାନଙ୍କ ଘରର ଭଗ୍ନାବଶେଷ ମଧ୍ୟରୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନେ ୪ ଦିନ ଧରି ଅତଡ଼ା ଭିତରେ ଫସି ରହିଥିଲେ। ଆଜି ସେନା ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସେନା ପକ୍ଷରୁ ମାଟିତଳୁ ଜୀବନ ଖୋଜିବାପାଇଁ ଥର୍ମାଲ ସ୍କାନର ବ୍ୟବହାର କରାଯାଉଛି। ଥର୍ମାଲ ସ୍କାନର ଓ ଅନ୍ୟ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଥିବା ସେନା କହିଛି। ‘ବ୍ୟାପକ ଅଂଚଳର ଧ୍ବଂସସ୍ତୂପ ଭିତରେ ଥର୍ମାଲ ସ୍କାନର ବ୍ୟବହାର କରି ଆମେ ଏବେ ଜୀବନ ଖୋଜୁଛୁ। ଆଜି ଭୁସ୍ଖଳନ ସ୍ଥଳରେ ଗୋଟିଏ ଦୋକାନ ନିକଟରୁ ସିଗନାଲ୍‌ ମିଳିଥିଲା। କେହି ଜଣେ ବ୍ୟକ୍ତି ସେଠାରେ ଫସି ରହିଛନ୍ତି ବୋଲି ଜଣାପଡ଼ିବାପରେ ଉକ୍ତ ଅଞ୍ଚଳରେ ସେନା ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା। ୱାୟନାଡ଼ର ୬ଟି ଜୋନ୍‌ରେ ୪୦ଟି ସର୍ଚ୍ଚ ଟିମ୍‌ ଏହି ଅପରେସନ୍‌ରେ ନିୟୋଜିତ ହୋଇଛନ୍ତି’ ବୋଲି ଉଦ୍ଧାର ଅଭିଯାନର ଜଣେ କମାଣ୍ଡିଂ ଅଫିସର୍‌ କହିଛନ୍ତି।

About The Author

Copyright © 24newsodia | Newsphere by AF themes.